ETV Bharat / state

ନବରଙ୍ଗପୁରରୁ ପୁଣି 257 କରୋନା ପଜିଟିଭି ଚିହ୍ନଟ

author img

By

Published : Apr 23, 2021, 4:24 PM IST

ନବରଙ୍ଗପୁରରେ ପୁଣି 257 କରୋନା ପଜିଟିଭି ଚିହ୍ନଟ
ନବରଙ୍ଗପୁରରେ ପୁଣି 257 କରୋନା ପଜିଟିଭି ଚିହ୍ନଟ

ନବରଙ୍ଗପୁରରୁ ବଢୁଛି କରୋନା ସଂକ୍ରମଣ । ଗୁରୁବାର 207 କରୋନା ପଜିଟିଭି ଚିହ୍ନଟ ହୋଇଥିବା ଆଜି (ଶୁକ୍ରବାର) ଏହା 257କୁ ବୃଦ୍ଧି ପାଇଛି l ଅଧିକ ପଢନ୍ତୁ...

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ । ମୁଖ୍ୟତଃ ପଡ଼ୋଶୀ ଛତିଶଗଡ଼ ସୀମାବର୍ତ୍ତୀ ବ୍ଲକର ଗ୍ରାମାଞ୍ଚଳ ସ୍ଥିତି ଭୟାବହ ହେବାରେ ଲାଗିଛି। ଗୁରୁବାର ଦିନ 207 କରୋନା ପଜିଟିଭି ଚିହ୍ନଟ ହୋଇଥିବା ଆଜି (ଶୁକ୍ରବାର) ଏହା 257କୁ ବୃଦ୍ଧି ପାଇଛି l

ନବରଙ୍ଗପୁରରେ ପୁଣି 257 କରୋନା ପଜିଟିଭି ଚିହ୍ନଟ
ନବରଙ୍ଗପୁରରେ ପୁଣି 257 କରୋନା ପଜିଟିଭି ଚିହ୍ନଟ

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଚନ୍ଦାହାଣ୍ଡି ବ୍ଲକରୁ 100, ରାଇଘର ବ୍ଲକରୁ 49, ଉମରକୋଟ ପୌରାଞ୍ଚଳରୁ 25, ଝରିଗାଁ ବ୍ଲକରୁ 23, ଉମରକୋଟ ବ୍ଲକରୁ 22, ପାପଡାହାଣ୍ଡିରୁ 9, ନବରଙ୍ଗପୁର ପୌରାଞ୍ଚଳ ଓ କୋଷାଗୁମୁଡା, ତେନ୍ତୁଳିଖୁଣ୍ଟି ବ୍ଲକରୁ 7ଜଣ ଲେଖାଏଁ, ନନ୍ଦାହାଣ୍ଡି ବ୍ଲକରୁ 5 , ଡାବୁଗାଁ ବ୍ଲକରୁ 2, ନବରଙ୍ଗପୁର ବ୍ଲକରୁ ଜଣେ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l

ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା7 ହଜାର 855ରେ ପହଞ୍ଚିଛି l ସେଥିମଧ୍ୟରୁ 6 ହଜାର 258 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି l ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସମୁଦାୟ 2 ଲକ୍ଷ 32 ହାଜର 332 ଜଣଙ୍କ କୋଭିଡ ପରୀକ୍ଷା କରାଯାଇଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 1543 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.