ୟୁଟ୍ୟୁବରେ ବ୍ରାହ୍ମଣ ଝିଅଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ

author img

By

Published : Sep 23, 2022, 3:03 PM IST

allegation of offensive comments against brahmin girl on youtube

ୟୁଟ୍ୟୁବରେ ବ୍ରାହ୍ମଣ ଝିଅଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟକୁ ନେଇ ଅଭିଯୋଗ । ନବରଙ୍ଗପୁର ବ୍ରାହ୍ମଣ ସମାଜ ପକ୍ଷରୁ ୟୁଟ୍ୟୁବରଙ୍କ ବିରୋଧରେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଧିକ ପଢ଼ନ୍ତୁ

ନବରଙ୍ଗପୁର: ୟୁଟ୍ୟୁବରେ ବ୍ରାହ୍ମଣ ଝିଅଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବ୍ରାହ୍ମଣ ସମାଜର ପକ୍ଷରୁ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମୋହୋରା ପଞ୍ଚାୟତ ଅଧିନ ବରୀଗୁଡା ଗ୍ରାମର ଦିବାଚନ ସାହୁଙ୍କ ପୁଅ ସ୍ମିଥ କୁମାର ସାହୁ ବ୍ରାହ୍ମଣ ଝିଅଙ୍କୁ ନେଇ ୟୁଟ୍ୟୁବରେ ଆପତ୍ତି ଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ପାନାବେଡା ବ୍ରାହ୍ମଣ ସାମାଜର ସଭାପତି ଦୂତୀ ବାହନ ଖମାରୀଙ୍କ ନେତୃତ୍ବରେ ବ୍ରାହ୍ମଣ ସମାଜର କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟମାନେ ୟୁଟ୍ୟୁବର ସ୍ମିଥ କୁମାର ସାହୁଙ୍କ ନାମରେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଏହାର ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମାଜ ତରଫରୁ ଦାବି କରାଯାଇଛି ବୋଲି ପାନାବେଡା ବ୍ରାହ୍ମଣ ସମାଜର ସଭାପତି ଦୂତୀ ବାହନ ଖମାରୀ କହିଛନ୍ତି । ଘଟଣାର ତଦନ୍ତ କରି ଏହାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି । ବ୍ରାହ୍ମଣ ସମାଜର ସଭାପତି ଦୂତୀ ବାହନ ଖମାରୀଙ୍କ କହିବା ଅନୁସାରେ ବରୀଗୁଡା ଗ୍ରାମର ସ୍ମିଥ କୁମାର ସାହୁ କିଛି ଦିନ ତଳେ "ଧାନ୍‌ ବୁନ୍‌ ଲି ଖତ ଦେଲି ଆରି ଜଗାଲି ମେଖା, ଇ ସଲା ବ୍ରାହ୍ମଣ ଟୁକିଲ୍‌ କେ ଭଲ୍‌ ପାଏଲି ଯେ ଦିନ ଦାହାଡେ ଦେଇ ଦେଲା ଧୋକା " ଏକ କମେଡି ଭିଡିଓ କରି ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ନବରଙ୍ଗପୁରରେ ସାମ୍ବାଦିକଙ୍କୁ ମାଡ ମାମଲା, ପ୍ରେସ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆର ରିପୋର୍ଟ ତଲବ

ବ୍ରାହ୍ମଣ ସମାଜର ଝିଅଙ୍କ ପ୍ରତି ଏକ ଆପତ୍ତି ଜନକ ମନ୍ତବ୍ୟ ହେବା ସହ ସମଗ୍ର ବ୍ରାହ୍ମଣ ଜାତିକୁ ଅଭଦ୍ର ଭାଷାରେ 'ସଲା ବ୍ରାହ୍ମଣ' କହି ଗାଳି ଗୁଲଜ ଦେବା ବ୍ରାହ୍ମଣ ସମାଜ ପ୍ରତି ଏକ ଅପମାନ ବୋଲି ସମାଜ ପକ୍ଷରୁ ଲିଖିତ ଅଭିଯୋଗରେ ଦର୍ଶାଯାଇଛି । ୟୁଟ୍ୟୁବରେ ବ୍ରାହ୍ମଣ ଜାତିର ଝିଅ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ସହ ସମଗ୍ର ବ୍ରାହ୍ମଣ ଜାତିକୁ ଅଭଦ୍ର ଭାଷାରେ ଗାଲି ଗୁଲଜ କରିବା ଘଟଣାକୁ ନିନ୍ଦା କରିବା ସହ ଏହାର କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି । ଏତଲା ଦେବା ସମୟରେ ପ୍ରଦୀପ କୁମାର ଅଗସ୍ତି, ବରିଷ୍ଠ ଆଇନଜୀବୀ ସରୋଜ ଅଗସ୍ତି, ନୀଳକଣ୍ଠ ଦାଶ, ପ୍ରଦୀପ କୁମାର ଦାଶଙ୍କ ସମେତ ବ୍ରାହ୍ମଣ ସମାଜର କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.