ନବରଙ୍ଗପୁରରେ ସାମ୍ବାଦିକଙ୍କୁ ମାଡ ମାମଲା, ପ୍ରେସ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆର ରିପୋର୍ଟ ତଲବ

author img

By

Published : Sep 22, 2022, 10:38 PM IST

ନବରଙ୍ଗପୁରରେ ସାମ୍ବାଦିକଙ୍କୁ ମାଡ଼, ପ୍ରେସ୍‌ କାଉନ୍ସି୍‌ଲ ଅଫ୍‌ ଇଣ୍ଡିଆର ରିପୋର୍ଟ ତଲବ

ସାମ୍ବାଦିକଙ୍କୁ ପୋଲିସ୍‌ର ମାଡ଼ ମାମଲାରେ ରିପୋର୍ଟ ତଲବ କରିଛି ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ଡିଆ । ଏହି ଘଟଣା ବାବଦରେ ବିସ୍ତୃତ ରିପୋର୍ଟ ମଗାଯାଇଛି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ନବରଙ୍ଗପୁରରେ ସାମ୍ବାଦିକଙ୍କୁ ପୋଲିସ୍‌ର ମାଡ଼ ମାମଲାରେ ରିପୋର୍ଟ ତଲବ କରିଛି ପ୍ରେସ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ (ପିସିଆଇ) । ନିଜ ଆଡୁ ଘଟଣା ନେଇ ଅବଗତ ହେବା ସହିତ ଏହି ଘଟଣା ବାବଦରେ ବିସ୍ତୃତ ରିପୋର୍ଟ ମଗାଯାଇଛି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାରେ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଅତିରିକ୍ତ ଏସ୍‌ପି ଜୟ କୃଷ୍ଣ ବେହେରା ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ସାମ୍ବାଦିକ ।

ବରଗଡ ଅଞ୍ଚଳର ଜଣେ ବିବାହିତା ମହିଳାଙ୍କ ସହ ପାପଡାହାଣ୍ଡି ଅଞ୍ଚଳର ଜଣେ ଯୁବକଙ୍କ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା । ପ୍ରାୟ ୪୦ ଦିନ ହେବ ଉଭୟ ଫେରାର ଥିବା ବେଳେ ପରିବାର ପକ୍ଷରୁ ଭିନ୍ନ ଭିନ୍ନ ଥାନାରେ ଏତଲା ଦେଇଥିଲେ । ଅଗଷ୍ଟ ୧୩ରେ ଉଭୟ ନବରଙ୍ଗପୁର ଏସପିଙ୍କ ନିକଟରେ ପହଞ୍ଚି ସ୍ୱଇଚ୍ଛାରେ ମିଶି ରହୁଥିବା କଥା କହିଥିଲେ । ମହିଳା ଜଣକ ନିଜ ପ୍ରେମିକଙ୍କ ସହ ରହୁଥିଲେ ।

ଏହା ବି ପଢ଼ନ୍ତୁ ସାମ୍ବାଦିକଙ୍କୁ ମାଡ ମାରିଲେ ଅତିରିକ୍ତ ଏସପି, ଥାନା ଆଗରେ ଧାରଣା

ତେବେ ସେପ୍ଟେମ୍ବର ୧୪ ତାରିଖରେ ମହିଳା ଜଣକ ଏକାକୀ ଥିବା ବେଳେ ତାଙ୍କର କିଛି ସମ୍ପର୍କୀୟ ଆସି ତାଙ୍କୁ ଜୋରଜବରଦସ୍ତ ଘରୁ ନେଇଯାଇଥିଲେ । ଖବର ପାଇ ଯୁବକଙ୍କ ପରିବାର ଲୋକ ଥାନାରେ ଖବର ଦେବା ପରେ ଉକ୍ତ ମହିଳାଙ୍କୁ ମଇଦଲପୁର ଫାଣ୍ଡି ପୋଲିସ ଉଦ୍ଧାର କରିଥିଲା । ଯୁବକଙ୍କ ପରିବାର ମହିଳାଙ୍କୁ ନିଜକୁ ଘରକୁ ନେବା ପାଇଁ ଜିଦ୍‌ ଧରିଥିଲେ । ଉକ୍ତ ମହିଳା ବି ପୁଅର ଘରକୁ ଯିବା ପାଇଁ ରାଜି ହୋଇଥିଲେ । ପରେ ଏଏସପି ଜୟ କୃଷ୍ଣ ବେହେରା ପହଞ୍ଚି ମହିଳାଙ୍କୁ ଟଣାଓଟରା କରିଥିବା ଅଭିଯୋଗ ହୋଇଥିଲା ।

ଏହି ଖବର ସଂଗ୍ରହ ପାଇଁ ପାପଡାହାଣ୍ଡିର କିଛି ଗଣମାଧ୍ୟମର ପ୍ରତିନିଧି ଯାଇଥିବା ବେଳେ ଏଏସପି ଗଣମାଧ୍ୟମ ପ୍ରତିନିଧି ସୁମିତ ଘଣ୍ଟ, ପ୍ରବୀଣ ଶତନାମୀ ଓ ଓମପ୍ରକାଶ କରମଚାନ୍ଦ ଦାସଙ୍କୁ ବାଡ଼ିରେ ଆକ୍ରମଣ କରିଥିଲେ । ସାମ୍ବାଦିକ ବୋଲି ପରିଚୟ ଦେବା ପରେ ବି ସେ ଅସଭ୍ୟ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ସାମ୍ବାଦିକ ସଂଘ ପକ୍ଷରୁ ପ୍ରତିବାଦ ସ୍ବରୂପ ଧାରଣା ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.