ETV Bharat / state

ଜଳକଷ୍ଟ ଦୂର କଲେ ଗାଁର ସିଭିଲ ଇଞ୍ଜିନିୟର ଛାତ୍ର

author img

By

Published : May 12, 2020, 11:38 AM IST

A civil engineer student relief water problems of villagers
ଜଳକଷ୍ଟକୁ ଦୂର କଲେ ଗାଁର ସିଭିଲ ଇଂଜିନିୟର ଛାତ୍ର

ଜଳକଷ୍ଟ ଦୂର କଲେ ଗାଁର ସିଭିଲ ଇଞ୍ଜିନିୟର ଛାତ୍ର ବିଜୟ ସାନ୍ତା । ପ୍ରତି ଘରକୁ ପାଇପ ଯୋଗେ ଯୋଗାଇଲେ ପାନୀୟ ଜଳ । ଅଧିକ ପଢନ୍ତୁ...

ନବରଙ୍ଗପୁର : ସାରା ବିଶ୍ବରେ ଏବେ କୋରୋନା ଆତଙ୍କ । ସଂକ୍ରମଣକୁ ରୋକିବାକୁ ଲକ ଡାଉନ ମଧ୍ୟ ଜାରି ରହିଛି । ହେଲେ,ଏହି ଲକ ଡାଉନ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ପାଟିଆସିଲ ଗାଁର ଗ୍ରାମବାସୀ ଗ୍ରାମର ଉନ୍ନତି ପାଇଁ ଅଣ୍ଟା ଭିଡିଛନ୍ତି । ଗ୍ରାମର ପ୍ରତି ଘରକୁ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି।

ଜଳକଷ୍ଟକୁ ଦୂର କଲେ ଗାଁର ସିଭିଲ ଇଂଜିନିୟର ଛାତ୍ର

ଗାଁରେ ସରକାରଙ୍କ ତରଫରୁ ପାନୀୟ ଜଳ ପାଇଁ ଏକ ସ୍ଵୟଚାଳିତ ପାଣି ଟାଙ୍କି ରହିଛି । କିନ୍ତୁ ଗାଁରେ ଲୋକସଂଖ୍ୟା ଅଧିକ ଥିବାରୁ ପାନୀୟ ଜଳ ସମସ୍ୟା ଲାଗି ରହୁଥିଲା । ଗାଁର ଏକ ମାତ୍ର ସିଭିଲ ଇଞ୍ଜିନିୟର ଛାତ୍ର ବିଜୟ ସାନ୍ତାଙ୍କ ପ୍ରୟାସରେ ଗାଁରେ ଥିବା ପରିତ୍ୟକ୍ତ କୂଅକୁ ସଫା କରି ବ୍ୟବହାର ଯୋଗ୍ୟ କରିଥିଲେ । ସେହି କୂଅରେ ଏକ ମୋଟର ଲଗାଇବା ସହ ପାଣିଟାଙ୍କି ନିର୍ମାଣ କରି ସେହି ଟାଙ୍କିରୁ ପ୍ରତି ଘରକୁ ପାଇପ ଯୋଗେ ପାଣି ଯୋଗାଇଛନ୍ତି । ଯାହା ଗ୍ରାମବାସୀଙ୍କ ଜଳକଷ୍ଟ ଦୂର କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.