ETV Bharat / state

ନବରଙ୍ଗପୁରରେ ଆଜି 83 ନୂଆ ସଂକ୍ରମିତ ଚିହ୍ନଟ

author img

By

Published : Jun 15, 2021, 7:28 PM IST

ନବରଙ୍ଗପୁରରେ ଆଜି 83 ନୂଆ ସଂକ୍ରିମିତ ଚିହ୍ନଟ
ନବରଙ୍ଗପୁରରେ ଆଜି 83 ନୂଆ ସଂକ୍ରିମିତ ଚିହ୍ନଟ

ନବରଙ୍ଗପୁରରେ ଆଜି ଚିହ୍ନଟ ହେଲେ ନୂଆ 83 ଆକ୍ରାନ୍ତ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 22 ହଜାର 240ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ନବରଙ୍ଗପୁର: ଜିଲ୍ଲାରେ କୋରୋନା ସଂକ୍ରମଣ କିଛିଦିନ ହେବ କମିବାରେ ଲାଗିଛି । ତେବେ ସୋମବାର ଜିଲ୍ଲାରେ 78 ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଆଜି ମଙ୍ଗଳବାର 83 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 22 ହଜାର 240ରେ ପହଞ୍ଚିଛି । ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ 3 ଲକ୍ଷ 6 ହଜାର 627 ଜଣଙ୍କର ସ୍ୱାବ୍ ନମୁନା ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବାବେଳେ ସେଥିମଧ୍ୟରୁ 22 ହଜାର 240 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନବରଙ୍ଗପୁରରେ ଆଜି 83 ନୂଆ ସଂକ୍ରିମିତ ଚିହ୍ନଟ
ନବରଙ୍ଗପୁରରେ ଆଜି 83 ନୂଆ ସଂକ୍ରିମିତ ଚିହ୍ନଟ

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 20 ହଜାର 868 ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ମୋଟ 1 ହଜାର 210 ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସେଥିମଧ୍ୟରୁ 1 ହଜାର 119 ଜଣ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି। ସେହିପରି ଅନ୍ୟ 91 ଜଣ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ସହିତ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସରକାରୀ ଭାବେ ସୂଚନା ମିଳିଛି ।

ଆଜିର ଚିହ୍ନଟ 87 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଉମରକୋଟ ବ୍ଲକରୁ ସର୍ବାଧିକ 28 ଜଣେ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଝରିଗାଁ ଓ ନନ୍ଦାହାଣ୍ଡି ବ୍ଲକରୁ 9 ଜଣ ଲେଖାଏଁ, ନବରଙ୍ଗପୁର ପୌରାଞ୍ଚଳରୁ 8 ଜଣ, ପାପଡାହାଣ୍ଡି ବ୍ଲକରୁ 6 ଜଣ, କୋଷାଗୁମୁଡା ବ୍ଲକରୁ 5 ଜଣ, ତେନ୍ତୁଳିଖୁଣ୍ଟି, ରାଇଘର ଓ ଚନ୍ଦାହାଣ୍ଡି ବ୍ଲକରୁ 4 ଜଣ ଲେଖାଏଁ, ଉମରକୋଟ ପୌରାଞ୍ଚଳ ଏବଂ ନବରଙ୍ଗପୁର ବ୍ଲକରୁ 3 ଜଣ ଲେଖାଏଁ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.