ETV Bharat / state

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

author img

By

Published : Jan 26, 2023, 9:21 PM IST

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ । ଜାତୀୟ ପତାକା ଉତ୍ତୋଳନ କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ନବରଙ୍ଗପୁର: ଆଜି ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି ଦେଶ । ଗାଁଠୁ ସହର ସବୁଠି ଉଡୁଛି ତ୍ରିରଙ୍ଗା । ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ କୋମଳ ଲୋଚନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ ଜନସାଧାରଣଙ୍କ ଉଦୋବଧନ ଦେଇଥିଲେ ।

ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ବାହିନୀ ସମେତ ବିଭିନ୍ନ ବିଦ୍ୟାଳୟର ପରେଡ ଟ୍ରୁପ ପରେଡ ପ୍ରଦର୍ଶନ କରିଥିଲେ । ଏହାସହ ବିଭିନ୍ନ ସଙ୍ଗଠନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଦୁଇ ବର୍ଷ କୋଭିଡ କଟକଣା ଯୋଗୁଁ ପରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଥିବା ବେଳେ ଚଳିତ ବର୍ଷ କୌଣସି କଟକଣା ନଥିବା ଯୋଗୁଁ ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ।

୧୯୫୦ ମସିହା ଆଜିର ଦିନରେ ଆମ ଦେଶର ସମ୍ବିଧାନ ପ୍ରଣୟନ ହୋଇଥିଲା । ଏହି ଦିବସଟି ପ୍ରତିଟି ଭାରତୀୟବାସୀଙ୍କ ପାଇଁ ହୋଇଥାଏ ଗର୍ବ ଓ ଗୌରବର ଦିନ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ବାଧୀନ ହୋଇଥିଲା ହେଲେ ଦେଶ ପରିଚାଳନା ପାଇଁ କୌଣସି ସାମ୍ବାଧାନିକ ବ୍ୟବସ୍ଥା ନଥିଲା । ଏହାପରେ ବି.ଆର ଆମ୍ବେଦକରଙ୍କ ନେତୃତ୍ବରେ ଏକ ସମ୍ବିଧାନ ଡ୍ରାଫଟିଂ କମିଟି ଗଠନ କରାଯାଇ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ବିଶ୍ବର ଦୀର୍ଘତମ ଲିଖିତ ସମ୍ବିଧାନ ଆଗତ କରାଯାଇଥିଲା । ଏହାପରେ ୧୯୫୦ ମସିହା ଜାନୁଆରୀ ୨୬ରେ ଭାରତ ଏକ ସାର୍ବଭୌମତ୍ବ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଲିଖିତ ସମ୍ବିଧାନ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା । ସେହିଦିନ ଠାରୁ ପ୍ରତ୍ୟେକ ବର୍ଷ ଜାନୁୟାରୀ ୨୬କୁ ସାଧାରଣତନ୍ତ୍ର ଦିବସ ପାଳନ ଭାବେ ପାଳନ କରାଯାଉଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.