ETV Bharat / state

ବିଷାକ୍ତ ଛତୁ ଖାଇ 6 ଅସୁସ୍ଥ

author img

By

Published : Jul 3, 2020, 10:52 PM IST

ବିଷାକ୍ତ ଛତୁ ଖାଇ 6 ଅସୁସ୍ଥ
ବିଷାକ୍ତ ଛତୁ ଖାଇ 6 ଅସୁସ୍ଥ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ବନାମହୁଲ ଗ୍ରାମର ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ଛଅ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ନବରଙ୍ଗପୁର: ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ବନାମହୁଲ ଗ୍ରାମର ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ଛଅ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି । ମିଳିଥିବା ସୂଚନାରୁ ପ୍ରକାଶ ବନାମହୁଲ ଗ୍ରାମର ଗୌରୀଶଙ୍କର ଜାଲଙ୍କ ପରିବାର ଆଜି ସକାଳେ ନିକଟସ୍ଥ ଜଙ୍ଗଲରୁ ଜଙ୍ଗଲି ଛତୁ ଆଣି ରୋଷେଇ କରି ଖାଇ ଥିଲେ।

ବିଷାକ୍ତ ଛତୁ ଖାଇ 6 ଅସୁସ୍ଥ
ବିଷାକ୍ତ ଛତୁ ଖାଇ 6 ଅସୁସ୍ଥ

ଛତୁ ଖାଇବା ପରେ ପରିବାରର ସମସ୍ତ ସଦସ୍ୟଙ୍କୁ ଝାଡାବାନ୍ତି ହେବା ପରେ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କୁ ୧୦୮ ଯୋଗେ ସମସ୍ତଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସମସ୍ତ ଛଅ ଜଣ ଗୌରୀଶଙ୍କର ଜାଲ (୯), ଲଳିତା ଜାଲ(୩୨), ପଦ୍ମନ ଜାଲ(୩୫), ତିପେନ୍ଦ୍ର ଜାଲ (୧୨), କିଶୋରୀ ଜାଲ(୨୨) ଭର୍ତ୍ତି କରିଥିଲେ । ଡାକ୍ତର ମନୀଷ କୁମାର ପୁରୋହିତ ଏବଂ ସଂଗ୍ରାମ କେଶରୀ ସାହୁ ସେମାନଙ୍କ ଚିକିତ୍ସା ଜାରି ରଖିଥିବା ବେଳେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ନବରଙ୍ଗପୁର ରୁ ତପନ କୁମାର ବିଷୟି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.