ETV Bharat / state

24 ଘଣ୍ଟାରେ ନବରଙ୍ଗପୁରରେ 41 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Oct 25, 2020, 3:44 PM IST

ନବରଙ୍ଗପୁରରେ ନୂଆ 41 କୋରୋନା ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁରରେ ନୂଆ 41 କୋରୋନା ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁରରେ ଗତ 24 ଘଣ୍ଟା ମଧ୍ୟରେ 41 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 41 ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5081ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ନବରଙ୍ଗପୁର: ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁରରୁ 41 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା 5 ହାଜର 81ରେ ପହଞ୍ଚିଛି ।

ନବରଙ୍ଗପୁରରେ ନୂଆ 41 କୋରୋନା ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁରରେ ନୂଆ 41 କୋରୋନା ଆକ୍ରାନ୍ତ ଚିହ୍ନଟ

ଆଜିର(ରବିବାର) ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ରାଇଘର ବ୍ଲକରୁ 9 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ 8 ଏବଂ ପାପଡାହାଣ୍ଡି ବ୍ଲକରୁ 7 ଜଣ ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନନ୍ଦାହାଣ୍ଡି ବ୍ଲକରୁ 4 ଜଣ, ଉମରକୋଟ, ତେନ୍ତୁଳିଖୁଣ୍ଟି, କୋଷାଗୁମୁଡା ଏବଂ ଚନ୍ଦାହାଣ୍ଡି ବ୍ଲକରୁ 3 ଜଣ ଲେଖାଏଁ ଓ ଉମରକୋଟ ପୌରାଞ୍ଚଳରୁ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ଅନ୍ୟପଟେ 5 ହଜାର 81 ଆକ୍ରାନଙ୍କ ମଧ୍ୟରୁ 4 ହଜାର 598 ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ 448 ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 369 ଜଣ ହୋମ କ୍ବାରେଣ୍ଟାଇନରେ ଚିକିତ୍ସାଧୀନ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।


ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.