ETV Bharat / state

24 ଘଣ୍ଟାରେ ନବରଙ୍ଗପୁରରୁ 300 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : May 26, 2021, 10:46 PM IST

24 ଘଣ୍ଟାରେ ନବରଙ୍ଗପୁରରୁ 300 କରୋନା ଆକ୍ରାନ୍ତ ଚିହ୍ନଟ
24 ଘଣ୍ଟାରେ ନବରଙ୍ଗପୁରରୁ 300 କରୋନା ଆକ୍ରାନ୍ତ ଚିହ୍ନଟ

ଜିଲ୍ଲାରେ କୋରୋନା ସଂକ୍ରମଣରେ ଲାଗୁନି ବ୍ରେକ୍ । କୋରୋନାକୁ ମାତ୍ ଦେବାକୁ ଚିନ୍ତାରେ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ନବରଙ୍ଗପୁର: ଜିଲ୍ଲାରେ କୋରୋନା ମହାମାରୀର ସ୍ଥିତି ଅବସ୍ଥା ଅସମ୍ଭାଳ ହେଉଥିବାବେଳେ ବୁଧବାର ଦିନ ପୁଣି 300 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ରୋକ୍ ଲାଗୁନଥିବାବେଳେ ଏହାକୁ ନେଇ ଚିନ୍ତାରେ ଜିଲ୍ଲାବାସୀ ।

24 ଘଣ୍ଟାରେ ନବରଙ୍ଗପୁରରୁ 300 କରୋନା ଆକ୍ରାନ୍ତ ଚିହ୍ନଟ
24 ଘଣ୍ଟାରେ ନବରଙ୍ଗପୁରରୁ 300 କରୋନା ଆକ୍ରାନ୍ତ ଚିହ୍ନଟ
ଗତ ଏପ୍ରିଲ ୨୮ ତାରିଖରୁ ଆକ୍ରାନ୍ତ ସଂଖ୍ୟା 300ରୁ ଅଧିକ ରହୁଛି । ନବରଙ୍ଗପୁର ଜିଲ୍ଲାରେ ମୋଟ 2 ଲକ୍ଷ 74 ହଜାର 380 ଜଣଙ୍କର ନମୁନା (ସ୍ୱାବ)ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ 18,780 ଜଣ କୋରୋନା ଆକ୍ରାନ୍ତ ହୋଇଥିବାବେଳେ 15,372 ଜଣ ସୁସ୍ଥ ହୋଇଛନ୍ତି । ଏବେ ମୋଟ 3,269 ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସେଥିମଧ୍ୟରୁ 3,020 ଜଣ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି । ଅନ୍ୟ 249 ଜଣ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ସହିତ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଉମରକୋଟ ବ୍ଲକରେ ସର୍ବାଧିକ 41 ଜଣ ଆକ୍ରାନ୍ତ ହୋଇଥିବାବେଳେ ରାଇଘର ବ୍ଲକରୁ 37 ଜଣ, ଝରିଗାଁ ବ୍ଲକରୁ 35, ଚନ୍ଦାହାଣ୍ଡି ଓ ନନ୍ଦାହାଣ୍ଡି ବ୍ଲକରୁ 31 ଜଣ ଲେଖାଏଁ,ଉମରକୋଟ ପୌରାଞ୍ଚଳରୁ 26, ପାପଡାହାଣ୍ଡି ବ୍ଲକରୁ 24, ନବରଙ୍ଗପୁର ପୌରାଞ୍ଚଳରୁ 22, ନବରଙ୍ଗପୁର ବ୍ଲକରୁ 20, ତେନ୍ତୁଳିଖୁଣ୍ଟି ବ୍ଲକରୁ 18, କୋଷାଗୁମୁଡା ବ୍ଲକରୁ 11 ଜଣ ଏବଂ ଡାବୁଗାଁ ବ୍ଲକରୁ 4 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି l


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.