ETV Bharat / state

କମ୍ପ୍ୟୁଟର ଶିକ୍ଷା ଓ ଟଙ୍କା ବୃଦ୍ଧି ନାଁରେ ଠକେଇ ଅଭିଯୋଗ, 2 ଗିରଫ

author img

By

Published : Nov 12, 2019, 8:15 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

କମ୍ପ୍ୟୁଟର ଶିକ୍ଷା ସହ 6 ମାସରେ 3 ଗୁଣା ଟଙ୍କା ଦେବା ମାମଲାରେ 2 ଜଣଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ। ପୂର୍ବରୁ ଉକ୍ତ ମାମଲାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ନବରଙ୍ଗପୁର: ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । କମ୍ପ୍ୟୁଟର ଶିକ୍ଷା ସହ 6 ମାସରେ 3 ଗୁଣା ଟଙ୍କା ଦେବା ମାମଲାରେ 2 ଜଣଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ଗିରଫ ଅଭଯୁକ୍ତ ହେଲେ ଉମେଶ ଚନ୍ଦ୍ର ମିଶ୍ର ଓ ଶୁଭମ୍ ପ୍ରଧାନ । ପୂର୍ବରୁ ଏ ମାମଲାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଭୁବନେଶ୍ବରର ଉମେଶ ଚନ୍ଦ୍ର ମିଶ୍ର ବ୍ରହ୍ମପୁରରେ ଏଡୱାଲ ଗ୍ଲୋବାଲ ସର୍ଭିସ ଲିମିଟେଡ ନାମକ ଘରୋଇ ସଂସ୍ଥା ଖୋଲିଥିଲେ । ଯେଉଁ ସଂସ୍ଥାରେ ସେ ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷା ଦେବା ସହ ଯେତେ ଟଙ୍କା ଦେଲେ 6 ମାସରେ ତାହା ବଢିଯାଇ 3 ଗୁଣା ସହ ଫେରସ୍ତ କରିବା ନେଇ ଅଫର୍ ରଖିଥିଲେ । ଏହି କ୍ରମରେ ସଂସ୍ଥାର ଆଉ ଏକ ଶାଖା ନବରଙ୍ଗପୁର ତେଲ ସାହିରେ ଖୋଲିଥିଲା। ନିୟମ ଅନୁସାରେ ସଂସ୍ଥା ସେ ଜିଲ୍ଲାର ପିଲାଙ୍କ ଠାରୁ 4200ଟଙ୍କାରୁ ଆରମ୍ଭ କରି 10 ହଜାର ଟଙ୍କା ପର୍ଯ୍ୟନ୍ତ ନେଇଥିଲା।

ହେଲେ ମାସ ପରେ ମାସ ବିତିଯାଇଥିଲେ ସୁଦ୍ଧା ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷା ମିଳିବା ଦୂରର କଥା ଜମା ଟଙ୍କାକୁ ମଧ୍ୟ ସେ ଫେରସ୍ତ କରିନଥିଲେ। ଯାହାକୁ ବିରୋଧ କରି ପିଲା ଗତ ଅକ୍ଟୋବର 27ରେ ନବରଙ୍ଗପୁର ପୋଲିସର ଦ୍ବାରସ୍ଥ ହୋଇଥିଲେ । ପୋଲିସ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ କେସ ନମ୍ବର 168/19 ଦାୟର କରି 28 ଅକ୍ଟୋବରରେ ଘଟଣାରେ ସମ୍ପୃକ୍ତ ଥିବା ବ୍ରହ୍ମପୁରର ଶିବ ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ମଙ୍ଗଳବାର ପୁଣି ଉକ୍ତ ମାମଲାରେ ପୋଲିସ ସଂସ୍ଥାର ମୁଖ୍ୟ ଉମେଶ ଚନ୍ଦ୍ର ମିଶ୍ରଙ୍କୁ ଭୁବନେଶ୍ବର ପଟିଆ ସ୍ଥିତ ଶୁଭମ ଆପାର୍ଟମେଣ୍ଟରୁ ଏବଂ ସଂସ୍ଥାର ଟିମ ଲିଡର ଶୁଭମ ପ୍ରଧାନଙ୍କୁ ବ୍ରହ୍ମପୁରରୁ ଗିରଫ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ ତିନି ଜଣ ଗିରଫ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ଦୁଇ ମହିଳା ଏବେ ବି ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତ 2 ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ଏ ମାମଲାର ତଦନ୍ତ ଚାଲିଥିବାବେଳେ ପୋଲିସ କ୍ୟାମେରା ସାମନାରେ କୌଣସି ପ୍ରତିକ୍ରିୟା ଦେଇନଥିବାରୁ ଏହି ମାମଲାରେ ସମ୍ପୃକ୍ତ ଥିବା 2 ମହିଳାଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ଶ୍ଳୋଗ - କମ୍ପୁଟର ଶିକ୍ଷା ସହ ଛଅ ମାସରେ ଛଅ ଗୁଣା ଟଙ୍କା ପ୍ରଦାନ କରିବା ମାମଲାରେ ଦୁଇ ଗିରଫ l
ଫର୍ମାଟ -ଏଭିଓ,
ତାରିଖ - 12.11.19
ରିପୋର୍ଟ- ତପନ ବିଷୋୟୀ, ନବରଙ୍ଗପୁର
------------------------------------------------
ଆଙ୍କର - ନବରଙ୍ଗପୁର ପୋଲିସ ର ବଡ ସଫଳତା l ଜିଲ୍ଲାର 400 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଙ୍କୁ କମ୍ପୁଟର ଶିକ୍ଷା, ଇଂରାଜୀ ଭାଷା ଶିକ୍ଷା ସହ ଛଅ ମାସରେ ଜମା କରାଯାଇଥିବାର ଟଙ୍କା କୁ ତିନି ଗୁଣା କରି ଫେରସ୍ତ କରିବା ମାମଲାରେ ନବରଙ୍ଗପୁର ପୋଲିସ ସଂସ୍ଥା ର ମୁଖ୍ୟ ସହ ଟିମ ଲିଡର କୁ ଗିରଫ କରିଛି l ପୂର୍ବରୁ ଏହି ମାମଲା ରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଆଉ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଭୁବନେଶ୍ୱର ର ଉମେଶ ଚନ୍ଦ୍ର ମିଶ୍ର ବ୍ରହ୍ମପୁର ରେ ଏଡ଼ୱାଲ ଗ୍ଲୋବାଲ ସର୍ଭିସ ଲିମିଟେଡ଼ ନାମକ ଏକ ଘୋରେଇ ସଂସ୍ଥା ଖୋଲି ପିଲା ମାନଙ୍କୁ କମ୍ପୁଟର ଶିକ୍ଷା ଦେବା ସହ ଯେତେ ଟଙ୍କା ବାନ୍ଧିଲେ ଛଅ ମାସ ପରେ ତିନି ଗୁଣା ଟଙ୍କା ଫେରସ୍ତ କରାଯିବ କହି ତାହାର ଏକ ଶାଖା ନବରଙ୍ଗପୁର ସହରର ତେଲି ସାହିରେ ଖୋଲି ଜିଲ୍ଲାର 400 ଶହ ରୁ ଉର୍ଦ୍ଧ ପିଲା ମାନଙ୍କ ଠାରୁ 4200 ଟଙ୍କା ରୁ ଆରମ୍ଭ କରି 10000 ଟଙ୍କା ପର୍ଯ୍ୟନ୍ତ ନେଇଥିଲା l ମାସ ପରେ ମାସ ବିତିଯାଇଥିଲେ ମଧ୍ୟ କମ୍ପୁଟର ଶିକ୍ଷା କିମ୍ବା ବାନ୍ଧିଲା ଟଙ୍କା କମ୍ପାନୀ ଫେରସ୍ତ ନକରିବାରୁ ପିଲାମାନେ 27.08.2019 ତାରିଖ ରେ ନବରଙ୍ଗପୁର ପୋଲିସ ର ଦ୍ୱାରସ୍ଥ ହୋଇଥିଲେ l ଯାହାଫଳରେ ନବରଙ୍ଗପୁର ପୋଲିସ କେସ ନମ୍ବର 168/19 ଦାୟର କରି 28 ଅକ୍ଟବର ରେ ବ୍ରହ୍ମପୁର ର ଶିବ ସ୍ୱାଇଁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ପୁଣି ଆଜି ଏହି ମାମଲାରେ ପୋଲିସ ସଂସ୍ଥା ର ମୁଖ୍ୟ ଉମେଶ ଚନ୍ଦ୍ର ମିଶ୍ର ଙ୍କୁ ଭୁବନେଶ୍ୱର ର ପଟିଆ ସ୍ଥିତ ଶୁଭମ ଆପାର୍ଟମେଣ୍ଟ ରୁ ଏବଂ ସଂସ୍ଥା ର ଟିମ ଲିଡର ଶୁଭମ ପ୍ରଧାନ ଙ୍କୁ ବ୍ରହ୍ମପୁର ରୁ ଗିରଫ କରିଛି l ବର୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ ତିନି ଜଣ ଗିରଫ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ଦୁଇ ମହିଳା ଅଭିଯୁକ୍ତ ଫେରାର ରହିଛନ୍ତି l ଅଭିଯୁକ୍ତ ସମସ୍ତ ଙ୍କୁ ଆଜି ନବରଙ୍ଗପୁର ପୋଲିସ କୋର୍ଟ ଚାଲାଣ କରିଛି l
ଅଧିକା ତଦନ୍ତ ଚାଲିଥିବାରୁ କ୍ୟାମେରା ସାମ୍ନାରେ ପୋଲିସ ପ୍ରତିକ୍ରିୟା ରଖିନଥିବା ବେଳେ କିନ୍ତୁ, ଯେଉଁମାନେ ଏହି ମାମଲାରେ ସମ୍ପୃକ୍ତ ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି lBody:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.