ETV Bharat / state

ପରକୀୟା ପ୍ରୀତି ପାଇଁ ଯୁବକକୁ ଶାବଳ ଭୁସି ହତ୍ୟା, 2 ଅଟକ

author img

By

Published : Jun 16, 2021, 8:34 PM IST

ପରକୀୟା ପ୍ରିତି ଅଭିଯୋଗରେ ଯୁବକକୁ ଶାବଳ ଭୁସି ହତ୍ୟା
ପରକୀୟା ପ୍ରିତି ଅଭିଯୋଗରେ ଯୁବକକୁ ଶାବଳ ଭୁସି ହତ୍ୟା

ପରକିୟା ପ୍ରୀତି ପାଇଁ ଜଘନ୍ୟ କାଣ୍ଡ । ରାତି ଅଧରେ ଯୁବକକୁ ଶାବଳ ଭୁସି ହତ୍ୟା ଅଭିଯୋଗ । 2 ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ....

ବାରିପଦା: ପରକିୟା ପ୍ରୀତି ପାଇଁ ଜଘନ୍ୟ ହତ୍ୟାକାଣ୍ଡ । ଅନ୍ୟ ଜଣଙ୍କ ଘରେ ପଶିଥିବାବେଳେ ଯୁବକଙ୍କୁ ଶାବଳରେ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ବୈଶିଙ୍ଗା ଥାନା ବଦଲପୁର ଗାଁରେ ।

ପରକୀୟା ପ୍ରିତି ଅଭିଯୋଗରେ ଯୁବକକୁ ଶାବଳ ଭୁସି ହତ୍ୟା

ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଧୀନ ବଦଲପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକକୁ ଶାବଳରେ ଭୁସି ହତ୍ଯା କରାଯାଇଛି । ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ ବାଦଲ ସୋରେନ ବୋଲି ଜଣାପଡିଛି । ବାଦଲ ମଧ୍ୟରାତ୍ରୀରେ ସ୍ଥାନୀୟ ବଦଲପୁର ଗାଁର ରାବଣ ମାରାଣ୍ଡିଙ୍କ ଘରେ ପ୍ରବେଶ କରିଥିବାବେଳେ ଧରା ପଡିଥିଲା । ରାବଣ ମାରାଣ୍ଡି ଓ ତାଙ୍କର ପୁତ୍ର କଟିଆ ମାରାଣ୍ଡି ଓ ଅନ୍ଯମାନେ ବାଦଲକୁ ପ୍ରଥମେ ବାନ୍ଧି ରଖି ନିସ୍ତୁକ ମାଡ ମାରିଥିଲେ, ପରେ ଶାବଳ ମାଡରେ ବାଦଲର ମୃତ୍ଯୁ ଘଟିଥିବା ଜଣାପଡିଛି ।

ଖବର ପାଇ ଆଜି ଘଟଣାସ୍ଥଳରେ ବୈଶିଙ୍ଗା ପୋଲିସ ପହଞ୍ଚି ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ ଆରମ୍ଭ କରିଥିବାବେଳେ ରାବଣ ଓ କଟିଆକୁ ଅଟକ ରଖି ପଚରାଉଚରା କରିଛି । ଅନ୍ୟପକ୍ଷରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ହସ୍ପିଟାଲକୁ ପଠାଇବା ସହ ତଦନ୍ତ ଜାରି ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.