ETV Bharat / state

କ୍ବାରେଣ୍ଟାଇନ ସେଣ୍ଟରରେ ମା, ବାହାହୋଇ ଶାଶୁଘର ଗଲା ଝିଅ

author img

By

Published : Jun 18, 2020, 7:51 PM IST

unique marriage in rairangpur
କୋରୋନା କାଳରେ ନିଆରା ବାହାଘର

ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଭକ୍ତ ମହୁଲପାଣି ଗ୍ରାମରେ ନିଆରା ବାହାଘର ଦେଖିବାକୁ ମିଳିଛି । ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ବାହାଘର ସମାପନ ହୋଇଥିବା ବେଳେ କନ୍ୟାଙ୍କ ମାଆ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ଜଣାପଡିଛି ।

ରାଇରଙ୍ଗପୁର : କୋରୋନା କାଳରେ ନିଆରା ବାହାଘର । ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଭକ୍ତ ମହୁଲପାଣି ଗ୍ରାମରେ ନିଆରା ବାହାଘର ଦେଖିବାକୁ ମିଳିଛି। ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ବାହାଘର ସମାପନ ହୋଇଥିବା ବେଳେ କନ୍ୟାଙ୍କ ମାଆ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ଜଣାପଡିଛି।

କୋରୋନା କାଳରେ ନିଆରା ବାହାଘର

ସୂଚନା ଅନୁଯାୟୀ, ଝିଅ ଶିଳ୍ପା ମହାନ୍ତ ରାଇରଙ୍ଗପୁର ଟେକ୍ନୋଓ୍ବାର୍ଲ୍ଡ ଡିଗ୍ରୀ କଲେଜରେ ବିଏସସି ଶେଷ ବର୍ଷର ଛାତ୍ରୀ ଥିଲାବେଳେ ତାଙ୍କ ପାଠପଢା ବାବଦ ଖର୍ଚ୍ଚ ବ୍ୟବସ୍ଥା କରିବାକୁ ମାଆ ଚିତ୍ରକଳା ମହାନ୍ତ ତେଲେଙ୍ଗାନାରେ କାମ କରୁଥିଲେ । ସେଠାରୁ ଫେରିବା ପରେ ସେ କ୍ବାରେଣ୍ଟାଇନ ସେଣ୍ଟଟରରେ ରହିଛନ୍ତି । ଏପଟେ ଗ୍ରାମରେ ଶିଳ୍ପାଙ୍କ ବାପା ସଞ୍ଜୟ କୁମାର ମହାନ୍ତ ପିଲାଙ୍କୁ ଟ୍ୟୁସନ କରିଥାନ୍ତି।

ତେବେ ବହଳଦା ବ୍ଲକ ଅଁଳାଯୋଡି ଗ୍ରାମପଞ୍ଚାୟତ ଅଁଳାଯୋଡି ଗ୍ରାମର ବାପା ଲକ୍ଷ୍ମୀଧର ମହାନ୍ତ ଓ ମାଆ ମଣିଲତା ମହାନ୍ତଙ୍କ ପୁଅ ବିଦ୍ୟାଧର ସାଗର ମହାନ୍ତ ଶିଳ୍ପାଙ୍କୁ ବିବାହ କରିଛନ୍ତି। କୋଭିଡ୍-୧୯ ନିୟମ ପାଳନ କରାଯାଇ ନିରାଡମ୍ବର ଭାବେ ବାହାଘର ସମ୍ପନ୍ନ ହୋଇଛି। ଏପଟେ ଦୁଇଟି ଚାରି ଚକିଆ ଯାନ ଓ ମୋଟର ସାଇକଲ ଯୋଗେ ମୋଟ ୧୫ ଜଣ ବରଯାତ୍ରୀ ଭାବେ ଆସିଥିଲେ। ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ପ୍ରତି ସଜାଗ ରହିଥିଲେ।

ବାହାଘରର ସମସ୍ତ କାର୍ଯ୍ୟକ୍ରମ ଶେଷ କଲାପରେ ଗିଦିଘାଟୀ ବରକନ୍ୟା ମିଶି କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ମାଆଙ୍କୁ ଭେଟିବାକୁ ଆସିଥିଲେ । କୋଭିଡ-୧୯ ନିୟମ ଅନୁସାରେ ୨ ମିଟର ଦୂରତା ରକ୍ଷାକରି କଥାବାର୍ତ୍ତା ହେବା ସହିତ ଝିଅ ଓ ଜ୍ବାଇଁଙ୍କୁ ଆଶୀର୍ବାଦ ଦେଇଥିଲେ ମାଆ। କୋଭିଡ୍-୧୯ ନିୟମ ପାଳନ ଯୋଗୁଁ ମାଆ ଝିଅକୁ କୋଳେଇ ପାରି ନଥିଲେ କି ମଥାରେ ହାତ ରଖି ଆଶୀର୍ବାଦ ଦେଇ ପାରିନଥିଲେ।

ଆଖିରେ ଅଶ୍ରୁ ଝଲକି ଉଠିଥିଲେ ମଧ୍ୟ କୋରୋନା କଟକଣା ମଧ୍ୟରେ ଝିଅ ବାହାଘର ସମାପ୍ତ ହୋଇଥିବାରୁ ଆତ୍ମ ସନ୍ତୁଷ୍ଟି ରହିଥିଲା ମାଆ ଚିତ୍ରକଳାଙ୍କ ମନରେ । ତେବେ ମାଆ ଝିଅଙ୍କ ସାକ୍ଷାତ ସମୟରେ କିଛି ସମୟ ପାଇଁ ଭାବ ବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଥିଲା।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.