ETV Bharat / state

ରାଇରଙ୍ଗପୁରରେ ହେବ ଆଦିବାସୀ ବିଶ୍ବବିଦ୍ୟାଳୟ, କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ସମୀକ୍ଷା

author img

By

Published : Apr 10, 2023, 9:31 AM IST

tribal university to established in rairangpur
ରାଇରଙ୍ଗପୁରରେ ହେବ ଆଦିବାସୀ ବିଶ୍ବବିଦ୍ୟାଳୟ

ରାଇରଙ୍ଗପୁରରେ ଆଦିବାସୀ ବିଶ୍ବବିଦ୍ୟାଳୟ ସ୍ଥାପନା ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ଖୁବଶୀଘ୍ର ଏ ଦାବି ପୂରଣ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ

ରାଇରଙ୍ଗପୁରରେ ହେବ ଆଦିବାସୀ ବିଶ୍ବବିଦ୍ୟାଳୟ

ରାଇରଙ୍ଗପୁର: ଖୁବଶୀଘ୍ର ରାଇରଙ୍ଗପୁରରେ ହେବ ଆଦିବାସୀ ବିଶ୍ବବିଦ୍ୟାଳୟ । ଏନେଇ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତିନିଧି ଦଳଙ୍କ ସହିତ ସମୀକ୍ଷା କରାଯାଇଛି । ଜିଲ୍ଲା 4ଟି ତହସିଲ ଅଞ୍ଚଳରେ ସର୍ବେକ୍ଷଣ କରାଯାଇଛି । ଦେଶର ଏକମାତ୍ର ଆଦିବାସୀ ବିଶ୍ବବିଦ୍ୟାଳୟର ଶାଖା ମୟୂରଭଞ୍ଜ ଜିଲ୍ଲାରେ ଖୋଲାଯିବା ନେଇ ପ୍ରସ୍ତାବ ରହିଛି । ଏନେଇ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ପ୍ରତିନିଧିଙ୍କ ସହିତ ସର୍ବେକ୍ଷଣ କରିଛନ୍ତି ।

ମଧ୍ୟପ୍ରଦେଶ ରାଜ୍ୟର ଅମରକଣ୍ଟକ ଠାରେ ଦେଶର ଏକମାତ୍ର ଆଦିବାସୀ ବିଶ୍ବବିଦ୍ୟାଳୟ ରହିଛି । ଯାହାର ନାଁ ହେଉଛି ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଟ୍ରାଇବାଲ ୟୁନିଭରସିଟି । କିନ୍ତୁ ଏହାର ଗୋଟିଏ ଶାଖା ମଣିପୁରରେ ଖୋଲିଥିବା ବେଳେ ଆଉ ଏକ ଶାଖା ଆସାମର କାଜିରଙ୍ଗା ଠାରେ ଖୋଲିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ସେଠାରେ ଆସାମ ସରକାର ୫୦୦ ଏକର ଜାଗା ପ୍ରଦାନ କରିଥିବାର ସୂଚନା ରହିଛି । ତେବେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଟ୍ରାଇବାଲ ୟୁନିଭରସିଟିର ଏକ ଶାଖା ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ କରାଯିବାର ନିଷ୍ପତ୍ତି ହୋଇଛି । ସେଥିପାଇଁ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଟ୍ରାଇବାଲ ୟୁନିଭରସିଟିର ମୁଖ୍ୟ ପ୍ରଫେସରମାନେ ଆସି ସର୍ବେକ୍ଷଣ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ତତ୍ତ୍ଵାବଧାନରେ ଏକ ଟିମ୍ ମୟୂରଭଞ୍ଜ ଜିଲ୍ଲାର ଜାମଶୋଳା, ବିଶୋଇ ଓ ବହଳଦାର କାଦୁଆଣୀଠାରେ ସର୍ବେକ୍ଷଣ କରାଯାଇଛି । ଉପଯୁକ୍ତ ସ୍ଥାନ ଚିହ୍ନଟ ପରେ କେନ୍ଦ୍ର ସରକାରଙ୍କ ନିକଟରେ ସୁପାରିଶ କରାଯିବ । ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ରାଜ୍ୟ ସରକାରଙ୍କୁ ୫୦ ଏକର ଜାଗା ଦେବା ପାଇଁ ପଡିବ । ଯେଉଁ ଜାଗାରେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଟ୍ରାଇବାଲ ୟୁନିଭରସିଟିର ଏକ ଶାଖା ଖୋଲାଯିବ । ତେବେ ଅଞ୍ଚଳରେ ଏକ ଆଦିବାସୀ ବିଶ୍ବବିଦ୍ୟାଳୟ ନେଇ ବହୁ ଦିନରୁ ଏ ନେଇ ଦାବି ହୋଇ ଆସୁଥିଲା । ଅମରକଣ୍ଟକରୁ ଆସିଥିବା ବିଶେଷ ପ୍ରତିନିଧି ଦଳ ଜିଲ୍ଲାର 4ଟି ତହସିଲ ଅଞ୍ଚଳରେ ସର୍ବେକ୍ଷଣ ପରେ ଯେଉଁଠି ଉପଯୁକ୍ତ ସ୍ଥାନ ଚିହ୍ନଟ ହେବ ଓ ଏ ନେଇ ଜନସାଧାରଣଙ୍କ କୌଣସି ଅସୁବିଧା ନହୁଏ ସେ ଜାଗାରେ ୟୁନିଭରସିଟି ପାଇଁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ।

ସର୍ବେକ୍ଷଣ ପରେ ବିଭିନ୍ନ ସ୍ଥାନ ଚୟନ କରାଯାଇଛି । ଏନେଇ ଏକ ଡିପିଆର ତିଆରି ହେବା ପରେ ଭାରତ ସରକାରଙ୍କ ନିକଟରେ ଦାଖଲ କରାଯିବ । ଭାରତ ସରକାର ପ୍ରସ୍ତାବଟିକୁ ଆଗକୁ ନେବେ । ଏହି ବିଶ୍ବବିଦ୍ୟାଳୟଟିକୁ ସ୍କିଲ ବିଶ୍ବବିଦ୍ୟାଳୟ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଯେହେତୁ ଓଡ଼ିଶାରେ ଦକ୍ଷତା ବିଶ୍ବବିଦ୍ୟାଳୟ ନାହିଁ । ସ୍କିଲ ବିଶ୍ବବିଦ୍ୟାଳୟରେ ପ୍ରଫେସନାଲ, ଟେକ୍ନିକାଲ ଓ ଭୋକେସୋନାଲ କୋର୍ସ ପଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ କି ସ୍ଥାନୀୟ ମେଧାବୀ ଛାତ୍ରଛାତ୍ରୀମାନେ ନିଯୁକ୍ତି ପାଇପାରିବେ । ଜେନେରାଲ କୋର୍ସରେ ବହୁତ ପିଲା ବେକାର ରହିଥିବାରୁ କୌଣସି କ୍ଷେତ୍ରରେ ନିଯୁକ୍ତି ପାଇ ପାରୁନାହାନ୍ତି । ଟେକ୍ନିକାଲ, ପ୍ରଫେସନାଲ, ଭୋକେସୋନାଲ, ଟ୍ୟୁରିଜିମ ଅଥବା ଫୋରେଷ୍ଟ ରିସର୍ଚ୍ଚ, ଟେକ୍ନୋଲୋଜି କମ୍ପ୍ୟୁଟର ଉପରେ ଏହି ସବୁ ପ୍ରଫେସନାଲ ଟେକ୍ନିକାଲ କୋର୍ସ ପିଲାମାନଙ୍କୁ ସ୍କିଲ୍ ୟୁନିଭରସିଟି ପାଇଁ ପ୍ରସ୍ତାବ ରହିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.