ETV Bharat / state

ମୟୂରଭଞ୍ଜ ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ

author img

By

Published : Sep 8, 2021, 10:50 AM IST

ମୟୂରଭଞ୍ଜ ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ
ମୟୂରଭଞ୍ଜ ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ

ମୟୂରଭଞ୍ଜ ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ । ଆଜି ନିଜ ଜନ୍ମମାଟି ମୋରଡ଼ା ବ୍ଲକ ଖୁଣ୍ଟାପାଳ ଗାଁକୁ ଯିବେ। ଅଧିକ ପଢନ୍ତୁ...

ବାରିପଦା: ମୟୁରଭଞ୍ଜ ଗସ୍ତରେ ଜଳଶକ୍ତି ଓ ଆଦିବାସୀ ବ୍ୟାପାର କେନ୍ଦ୍ରମନ୍ତ୍ରୀ ମାନ୍ୟବର ଇଂ ବିଶ୍ଵେଶ୍ଵର ଟୁଡୁ। କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ ବାରିପଦାରେ ପହଁଞ୍ଚିବା ପରେ ଦଳ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ୧୮ନମ୍ବର ଜାତୀୟ ରାଜପଥର କେସିପୁର ଠାରେ ନବନିର୍ମିତ ଫୁଟ ଓଭରବ୍ରିଜର ଉଦଘାଟନ କରିଥିଲେ। ଏହାପରେ ବାରିପଦା ସହର ପ୍ରବେଶ ପଥ ପାଲବଣୀ ନିକଟରୁ ବିଜେପି କର୍ମୀମାନେ ସ୍ୱାଗତ କରି ଏକ ବିରାଟ ବାଇକ ରାଲିରେ କେନ୍ଦ୍ରମନ୍ତ୍ରୀଙ୍କୁ ପାଛୋଟି ଆଣିଥିଲେ।

ମୟୂରଭଞ୍ଜ ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ

ଜିଲ୍ଲାର ବରିଷ୍ଠ କର୍ମକର୍ତ୍ତା ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ବାରିପଦା ସହର ସାରା ବାଇକ ରାଲିରେ ମନ୍ତ୍ରୀ ବୁଲିଥିଲେ। ବୁଧବାର ଦିବା ୧୧ଟା ୩୦ ମିନିଟରେ ପ୍ରୟାସ ହଲରେ କେନ୍ଦ୍ରମନ୍ତ୍ରୀ ନିଜ ରିପୋର୍ଟ କାର୍ଡ ପ୍ରଦାନ କରିବେ । ଏହାପରେ ନିଜ ଜନ୍ମ ମାଟି ମୋରଡ଼ା ବ୍ଲକ ଖୁଣ୍ଟାପାଳ ଗାଁକୁ ଯିବେ। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ମୋରଡ଼ା ବ୍ଲକ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। ବାରିପଦାରୁ ଖୁଣ୍ଟାପାଳ ଗାଁକୁ ଆସିବା ବାଟରେ ଶଙ୍ଖାଭଙ୍ଗା, ନିଚୁଆପଦା, ବାରମାଇଲ ଓ ଚିତ୍ରଡା ଠାରେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି। ନିଜ ଗାଁ ଖୁଣ୍ଟାପାଳରେ କେନ୍ଦ୍ରମନ୍ତ୍ରୀ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.