ETV Bharat / state

ଚାରି ଆନ୍ତଃଜିଲ୍ଲା ଲୁଟେରାଙ୍କୁ ବାନ୍ଧିଲା ଉଦଳା ପୋଲିସ

author img

By

Published : Mar 18, 2023, 1:05 PM IST

lootera arrested from rairangpur
lootera arrested from rairangpur

ମୟୂରଭଞ୍ଜ ଜିଲ୍ଲାରେ ଆତଙ୍କ ଖେଳାଇଥିବା ଲୁଟେରା ଗ୍ୟାଙ୍ଗ । ତେବେ ତଦନ୍ତ କରି ଚାରି ଆନ୍ତଃଜିଲ୍ଲା ଲୁଟେରାଙ୍କୁ ବାନ୍ଧିଲା ଉଦଳା ପୋଲିସ । ଅଧିକ ପଢନ୍ତୁ

lootera arrested from rairangpur

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଚୋରି, ଛିନତାଇ ଭଳି ଘଟଣା ବଢିବାରେ ଲାଗିଛି । ପୋଲିସକୁ ଖୋଲାଖୋଲି ଚାଲେଞ୍ଜ କରି ଅପରାଧିକ କାର୍ଯ୍ୟ କରୁଛନ୍ତି । କେତେବେଳେ କାନ୍ଥ ଭାଙ୍ଗି ଘରରେ କଳା କନା ବୁଲାଇ ଦେଉଛନ୍ତି ତ ଆଉ ବେଳେବେଳେ ମାରଣାସ୍ତ୍ର ଦେଖାଇ ଦିନ ଦ୍ବିପହରରେ ଲୁଟ କରିବାକୁ ପଛାଉ ନାହାନ୍ତି । ତେବେ ଏସବୁ ମଧ୍ୟରେ ପୋଲିସକୁ ଏକ ବଡ଼ ସଫଳତା ମିଳିପାରିଛି । ଚାରି ଜଣ ଆନ୍ତଃଜିଲ୍ଲା ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ପୁଣି ଥରେ ଡକାୟତି ଉଦ୍ୟମ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତିନି ଜଣ ଲୁଟେରାଙ୍କୁ ଧରିଛି ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ପୋଲିସ ।


ମିଳିଥିବା ଖବରଅନୁସାରେ, ଲୁଟେରାମାନେ ମୁହଁରେ ମୁଖା ପିନ୍ଧି ହାତରେ ଶାବଳ, ଛୁରୀ, ଲୁହା ରୋଡ୍ ଇତ୍ୟାଦି ମାରଣାସ୍ତ୍ର ଧରି ଆସି ଲୋକଙ୍କ ଘର କାନ୍ଥ ତାଡି ଲୁଟ କରି ଫେରାର ହେଇଯାଉଥିଲେ । ଦୀର୍ଘ ମାସ ଧରି ଚାରୋଟି ଜିଲ୍ଲାରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିବା ଚାରି ଲୁଟେରାକୁ ଶେଷରେ ଗିରଫ କରିଛି ଉଦଳା ଥାନା ପୋଲିସ । ଗୁରୁବାର ରାତିରେ ଉଦଳା ଥାନା ଅନ୍ତର୍ଗତ ବରବାଡି କେନାଲ ଛକ ନିକଟରେ ବିଳମ୍ବିତ ରାତିରେ ଡକାୟତି ନିମନ୍ତେ ପ୍ରସ୍ତୁତି କରୁଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ଉଦଳା ଥାନା ପୋଲିସ । ଘଟଣାସ୍ଥଳରୁ ଜଣେ ଲୁଟେରା କୌଶଳକ୍ରମେ ଖସି ଯାଇଥିବା ବେଳେ ଚାରି ଜଣ ଆନ୍ତଃଜିଲ୍ଲା ଲୁଟେରାଙ୍କୁ ଗିରଫ କରିଛି ଉଦଳା ପୋଲିସ । ଏହି ଲୁଟେରା ମାନେ ଭଦ୍ରକ ଜିଲ୍ଲା ଅଞ୍ଚଳର ହୋଇଥିବା ବେଳେ ଏମାନେ ଦୀର୍ଘ ବର୍ଷ ହେବ ମୟୂରଭଞ୍ଜ, ବାଲେଶ୍ୱର ସମେତ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୁଟ୍‌ରାଜ ଜାରି ରଖିଥିଲେ । ତେବେ ପୋଲିସ୍ ଏମାନଙ୍କୁ ଧରିବା ପରେ ସେମାନେ ଲୁଟ୍ କରିବା ନିମନ୍ତେ ବ୍ୟବହାର କରୁଥିବା ଶାବଳ, ଛୁରୀ, ପ୍ଲାସ୍ ସମେତ ଅନେକ ମାରଣାସ୍ତ୍ର, ୫ ଗୋଟି ମୋବାଇଲ୍ ଫୋନ୍ ଓ ତିନୋଟି ବାଇକ ଜବତ କରିଛି ପୋଲିସ ।

ଗିରଫ ସମସ୍ତ ଲୁଟେରାଙ୍କ ବୟସ ୧୯ ବର୍ଷରୁ ୨୨ ବର୍ଷ ମଧ୍ୟରେ ହୋଇଥିବା ବେଳେ ଗିରଫ ଲୁଟେରାମାନେ ହେଲେ ଚଣା ମୁଣ୍ଡା, ବାପୁନ ସିଂ, ରାଜା ମୁଣ୍ଡା ଏବଂ ଚଗୁଲୁ ମୁଣ୍ଡା । ଏହି ଲୁଟେରା ମାନେ ପୂର୍ବରୁ ଉଦଳା, କପ୍ତିପଦା ଅଞ୍ଚଳରେ ବିଭିନ୍ନ ଘରୁ ସିନ୍ଧି କରି ଲୁଟ୍ ଘଟଣାରେ ସଂପୃକ୍ତ ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହା ସହିତ ଲୁଟେରାମାନେ ଲୁଟ୍ କରିବା ପରେ ମୁହଁରେ ମୁଖା ପିନ୍ଧି ଘଟଣାସ୍ଥଳରୁ ସହଜରେ ଖସିଯାଉଥିଲେ । ଏହି ଲୁଟେରାମାନେ ଆନ୍ତଃଜିଲ୍ଲା ଲୁଟେରା ହୋଇଥିବା ବେଳେ ଏହା ଗୋଟିଏ ରାକେଟ ହୋଇଥିବା ପୋଲିସ୍ ଅନୁମାନ କରି ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.