ETV Bharat / state

ନିଆରା ବାହାଘର, ଦିବ୍ୟାଙ୍ଗ ତାପସଙ୍କ ହାତ ଧରିଲେ କବିତା

author img

By

Published : Nov 6, 2020, 5:15 AM IST

true love rewaded, as girl from balasore married a physically challenged boy
ନିଆରା ବାହାଘର, ଦିବ୍ୟାଙ୍ଗ ତାପସଙ୍କ ହାତ ଧରିଲେ କବିତା

ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ମନର ମଣିଷ ବାଛିବା ପରେ ଚର୍ଚ୍ଚାରେ ଏହି ପ୍ରେମ କାହାଣୀ । ଅଧିକ ପଢନ୍ତୁ...

ବାରିପଦା: ପ୍ରକୃତ ପ୍ରେମରେ ନଥାଏ କିଛି ବି ମାପଦଣ୍ଡ । ଶାରୀରିକ ଅକ୍ଷମତା କେମିତି ବା ସାଜିପାରିବ ପ୍ରତିବନ୍ଧକ । ମାରୁଆଡି ମନ୍ଦିରରେ ଅନୁଷ୍ଠିତ ହୋଇଛି ଏକ ନିଆରା ବାହାଘର। ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ମନର ମଣିଷ ବାଛିବା ପରେ ଚର୍ଚ୍ଚାରେ ଏହି ପ୍ରେମ କାହାଣୀ ।

ନିଆରା ବାହାଘର, ଦିବ୍ୟାଙ୍ଗ ତାପସଙ୍କ ହାତ ଧରିଲେ କବିତା

ମୟୁରଭଞ୍ଜ ମରୋଡା ବ୍ଲକ ମାଳିହତା ଗାଁର ଦିବ୍ୟାଙ୍ଗ ତାପସଙ୍କ ହାତ ଧରିଲେ କବିତା। ମାଳିହତା ଗ୍ରାମର ତାପସ କୁମାର ରାଉତ, ବାଲେଶ୍ଵର ଜିଲ୍ଲା ଜଳେଶ୍ଵରର ହାତୀଗଡ଼ ସ୍ଥିତ କବିତା ସିଂଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କବିତା ଅନୁସୂଚିତ ଜନଜାତିର ଓ ତାପସ ସାଧାରଣ ବର୍ଗର ବୋଲି ଜଣାପଡ଼ିଛି। ଦୁହିଁଙ୍କ ମଧ୍ୟରେ ଗତ ୩ ମାସ ହେଲା ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ପରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ବାରିପଦାସ୍ଥିତ ମାରୱାଡି ମନ୍ଦିରରେ ଦୁହିଁଙ୍କ ବିବାହ ଅନୁଷ୍ଠିତ ହୋଇଛି । ଏହି ବିବାହ ଦେଖିବା ପାଇଁ ମନ୍ଦିରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.