ETV Bharat / state

ଟ୍ରକ ବାଇକ ମୁହାଁମୁହିଁ ଧକ୍କା: ବାଇକ ଚାଳକ ମୃତ

author img

By

Published : Jul 10, 2020, 4:20 AM IST

ଟ୍ରକ ବାଇକ ମୁହାଁମୁହିଁ ଧକ୍କା: ବାଇକ ଚାଳକ ମୃତ
ଟ୍ରକ ବାଇକ ମୁହାଁମୁହିଁ ଧକ୍କା: ବାଇକ ଚାଳକ ମୃତ

ମୟୂରଭଞ୍ଜ ଜିଲ୍ଲା ୪୯ନଂ ଜାତୀୟ ରାଜପଥ ବିଶୋଇ ବାଇପାସ ନିକଟରେ ଗୁରୁବାର ସନ୍ଧ୍ୟା ୭ଟା ବେଳେ ଟ୍ରକ ଓ ବାଇକ୍ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି।

ରାଇରଙ୍ଗପୁର: ଟ୍ରକ ଧକ୍କାରେ ବାଇକ ଚାଳକ ମୃତ। ମୟୂରଭଞ୍ଜ ଜିଲ୍ଲା ୪୯ନଂ ଜାତୀୟ ରାଜପଥ ବିଶୋଇ ବାଇପାସ ନିକଟରେ ଗୁରୁବାର ସନ୍ଧ୍ୟା ୭ଟା ବେଳେ ଟ୍ରକ ଓ ବାଇକ୍ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ ଯଶିପୁର ପଟୁ ଏକ ଲୁହାପଥର ବୋଝେଇ ଟ୍ରକ କଲିକତା ଅଭିମୁଖେ ଯାଉଥିବା ବେଳେ ବାଙ୍ଗରିପୋଷି ଥାନା ବଡଗାଁ ଗ୍ରାମର ସୁକଲାଲ ସିଂ ଙ୍କ ପୁଅ ଜାରକା ସିଂ ବିଶୋଇ ପଟୁ ଯଶିପୁର ପଟକୁ ଯାଉଥିଲେ । ଜାରକା ସିଂ ବିଶୋଇ ବଜାରରୁ ଜାତୀୟ ରାଜପଥକୁ ଉଠୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକଟି ବାଇକକୁ ଧକ୍କାଦେବା ଫଳରେ ଜାରକା ସିଂ ରାସ୍ତା କଡକୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତୁର ଅବସ୍ଥାରେ ତାଙ୍କୁ ବିଶୋଇ ଡାକ୍ତରଖାନାକୁ ନିଆଯାଇଥିଲା ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବିଶୋଇ ଥାନାଧିକାରୀ ଫଣିନ୍ଦ୍ର ଭୁଷଣ ନାଏକ ସଦଳବଳେ ଘଟଣାସ୍ଥଳକୁ ପହଞ୍ଚି ଉଭୟ ଟ୍ରକ ଓ ବାଇକ୍ ଜବତ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ଉଲ୍ଲେଖନୀୟ ଯେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବିଶୋଇ ବାଇପାସ ରାଜପଥ ଏବେ ଏକ ମରଣଯନ୍ତାରେ ପରିଣତ ହୋଇଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.