ETV Bharat / state

ସୁଲେଇ ଓ କାଳ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ପାଇଁ ଖୋଲିଲା ଗେଟ

author img

By

Published : Aug 26, 2020, 7:24 PM IST

ସୁନେଇ ଓ କାଳ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ପାଇଁ ଖୋଲିଲା ଗେଟ
ସୁନେଇ ଓ କାଳ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ପାଇଁ ଖୋଲିଲା ଗେଟ

ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡରେ ଥିବା ସୁଲେଇ ଓ କାଳ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ପାଇଁ ଉଭୟ ଡ୍ୟାମର ଗୋଟିଏ ଲେଖାଏଁ ଗେଟ ଖୋଲାଯାଇଛି । ଅଧିକ ପଢନ୍ତୁ...

ବାରିପଦା: ଲଘୁଚାପଜନିତ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ଥିବା ବିଭିନ୍ନ ନଦୀରେ ଜଳସ୍ତର ବଢୁଛି। ନଦୀର ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ଜଳ ସମ୍ପଦ ବିଭାଗ ପକ୍ଷରୁ ଉଦଳା ଉପଖଣ୍ଡରେ ଥିବା ସୋନ ନଦୀର ସୁଲେଇ ଡ୍ୟାମ ଏବଂ କାଳ ନଦୀରେ ଥିବା କାଳ ଡ୍ୟାମର ଗୋଟିଏ ଲେଖାଏଁ ଗେଟ ବନ୍ୟା ଜଳ ନିଷ୍କାସନ ପାଇଁ ଖୋଲା ଯାଇଥିବା ଜଣାପଡ଼ିଛି।

ସୁନେଇ ଓ କାଳ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ପାଇଁ ଖୋଲିଲା ଗେଟ

ସୁଲେଇ ଡ୍ୟାମରୁ ୭୬.୬୭ କ୍ୟୁସେକ ଓ କାଳ ଡ୍ୟାମରୁ ୭୦ କ୍ୟୁସେକ ଜଳ ପ୍ରଭାବିତ ହେଉଥିବା ଉଭୟ ଡ୍ୟାମର ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.