ETV Bharat / state

ମୟୂରଭଞ୍ଜ ଗସ୍ତରେ ସୁଦାମ ମାରାଣ୍ଡି, ଆଇପିଡି ଗୃହର କଲେ ଶୁଭ ଉଦଘାଟନ

author img

By ETV Bharat Odisha Team

Published : Sep 5, 2023, 11:57 AM IST

ମୟୂରଭଞ୍ଜ ଗସ୍ତରେ ସୁଦାମ ମାରାଣ୍ଡି
ମୟୂରଭଞ୍ଜ ଗସ୍ତରେ ସୁଦାମ ମାରାଣ୍ଡି

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ଵାରା ଝାଡଖଣ୍ଡ ରାଜ୍ୟକୁ ସଂଯୋଗୀକରଣ ପାଇଁ ନୂତନ ରାସ୍ତା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ । ଅଧିକ ପଢନ୍ତୁ

ମୟୂରଭଞ୍ଜ ଗସ୍ତରେ ସୁଦାମ ମାରାଣ୍ଡି

ରାଇରଙ୍ଗପୁର: ମୟୂରଭଞ୍ଜ ଗସ୍ତରେ ଓଡ଼ିଶା ସରକାରଙ୍କ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି । ବହଳଦା ଝରାଡିହିରୁ ଝାଡଖଣ୍ଡ ରାଜ୍ୟକୁ ଗମନାଗମନ ପାଇଁ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏଥି ସହିତ ରାଇରଙ୍ଗପୁର ମେଡିକାଲରେ ନିର୍ମିତ ନୂତନ ଆଇପିଡି ଗୃହର ଶୁଭ ଉଦଘାଟନ କରିଛନ୍ତି ।

ତେବେ ଝାଡ଼ଖଣ୍ଡ ରାଜ୍ୟକୁ ଯିବା ପାଇଁ ଆଉ ବାଧକ ସାଜିବନି ବହଳଦା ଝରାଡିହି ଅଞ୍ଚଳରେ ଥିବା ଘାଟି ରାସ୍ତା । ବହଳଦାର ଝରାଡିହି ଗ୍ରାମପଞ୍ଚାୟତ ସ୍ଥିତ ଭାଲୁପାହାଡି ଗ୍ରାମରୁ ଝାଡଖଣ୍ଡ ରାଜ୍ୟକୁ ଯିବା ଆସିବା ପାଇଁ ଏକ ପାହାଡିଆ ରାସ୍ତା ରହିଛି । ଯାହାକି ଲାଇଲମ ଘାଟି ନାଁରେ ପରିଚିତ । ୧୩୦୦ ମିଟରର ଏହି ଲାଇଲମ ଘାଟି ରାସ୍ତା ଖାଲଖମା ସହିତ ବଡ଼ ବଡ଼ ପଥରରେ ପରିପୂର୍ଣ୍ଣ ଅଛି । ତେବେ ଏହି ବିପଦପୂର୍ଣ୍ଣ ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହଶହ ଲୋକ ଯିବା ଆସିବା କରିଥାଆନ୍ତି । ବିଶେଷ କରି ଓଡ଼ିଶାରୁ ଝାଡ଼ଖଣ୍ଡ ରାଜ୍ୟର ହରିଣା, କୁଆଳି, ବେଗନାଡିହି, ଖଇରପାଳ, ପୋଟକା ଆଦି ଅଞ୍ଚଳକୁ ଗମନାଗମନ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଅଞ୍ଚଳବାସୀ। ଏନେଇ ଦୀର୍ଘ ଦିନରୁ ବିଭିନ୍ନ ସଂଗଠନ ଓ ଅଞ୍ଚଳବାସୀ ଉକ୍ତ ରାସ୍ତା ନିର୍ମାଣ ପାଇଁ ଦାବି କରି ଆସୁଥିବା ବେଳେ ଶେଷରେ ମୁଖ୍ୟମନ୍ତ୍ରୀ ଉକ୍ତ ୧୩୦୦ ମିଟର ରାସ୍ତାର ନିର୍ମାଣ କାର୍ଯ୍ୟ ପାଇଁ ୩ କୋଟି ୧ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- କୁଆଡ଼େ ଗଲା ମୁଖ୍ୟମନ୍ତ୍ରୀଙ୍କ ୬ଟି ? ସଚିବ ବୁଲିଲେ, ଦେଖା ଦେଲେନି ମନ୍ତ୍ରୀ

ଏହି ଅବସରରେ ଝରାଡିହି ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲଡ଼ିହା ଭାଲୁପାଣି ଗ୍ରାମରେ ଏକ ସଭାର ଆୟୋଜନ କରାଯାଇଥିଲା । ଓଡ଼ିଶା ସରକାରଙ୍କ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ବିଶିଷ୍ଟ ଅତିଥି ତଥା ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଉକ୍ତ ସଭାରେ ଯୋଗ ଦେଇଥିଲେ । ଏଥିସହ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମନ୍ତ୍ରୀ ସୁଦାମ ମାରାଣ୍ଡି । ତେବେ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିନରେ ୨୦୨୪ ମସିହା ଜୁନ ମାସ ୦୩ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବାକୁ ଯୋଜନା ରହିଛି । ଅନ୍ୟପଟେ ଏହି ଲାଇଲମ ଘାଟି ରାସ୍ତା ନିର୍ମାଣ ହେଲେ ଶହଶହ ଲୋକଙ୍କ ଗମନାଗମନ ସହ ଜୀବନଶୈଳୀରେ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି । ସେପଟେ ରାଇରଙ୍ଗପୁର ସହରର ଉପଖଣ୍ଡ ଚିକିତ୍ସାଳୟରେ ଏକ ନୂତନ ଭାବେ ନିର୍ମିତ ଆଇପିଡି ଗୃହକୁ ଉଦଘାଟନ କରିଥିଲେ ମନ୍ତ୍ରୀ । ଯାହା ଦ୍ବାରା ଉପଖଣ୍ଡ ତଥା ଆଖପାଖ ଅଞ୍ଚଳର ରୋଗୀମାନଙ୍କ ଚିକିତ୍ସାରେ ସହାୟକ ହୋଇ ପାରିବ ବୋଲି କହିଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.