ETV Bharat / state

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବାରିପଦାରେ ରେଳରୋକ

author img

By

Published : Oct 18, 2021, 6:21 PM IST

ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ବାରିପଦାରେ ରେଳରୋକ
ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ବାରିପଦାରେ ରେଳରୋକ

ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସାକାଣ୍ଡ ପ୍ରତିବାଦରେ ସାରା ଦେଶରେ ରେଳରୋକ । ବାରିପଦାରେ ରେଳରୋକ କଲା ସଂଯୁକ୍ତ କିଷାନ ମୋର୍ଚ୍ଚାର ମୟୂରଭଞ୍ଜ ଶାଖା । ଟ୍ରେନ ଚଳାଚଳ ବାଧାପ୍ରାପ୍ତ । ଅଧିକ ପଢନ୍ତୁ...

ବାରିପଦା: ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସାକାଣ୍ଡ ଘଟଣାର ପ୍ରତିବାଦରେ ବାରିପଦା ରେଳ ଷ୍ଟେସନରେ ରେଳରୋକ କରିଛି ସଂଯୁକ୍ତ କିଶାନ ମୋର୍ଚ୍ଚାର ମୟୂରଭଞ୍ଜ ଶାଖା । ଘଟଣାର ନିରପେକ୍ଷ ତଦନ୍ତ, ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବରଖାସ୍ତ, ଉକ୍ତ ଘଟଣାରେ ଅପରାଧୀଙ୍କୁ ତୁରନ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା, କୃଷକ ବିରୋଧୀ ୩କଳା କୃଷି ଆଇନ ପ୍ରତ୍ୟାହାର କରିବା ଏବଂ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (msp) ପ୍ରଦାନ ପାଇଁ ଆଇନ ବ୍ୟବସ୍ଥା କରିବା ଆଦି ଏକାଧିକ ଦାବି ନେଇ ଆଜିର ରେଳରୋକ କରାଯାଇଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ମୟୂରଭଞ୍ଜ ଶାଖା ପକ୍ଷରୁ କୁହାଯାଇଛି ।

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବାରିପଦାରେ ରେଳରୋକ

ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନରେ ଦେଶବ୍ୟାପୀ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରେଳରୋକ ଡାକରା ଦିଆଯାଇଥିବାବେଳେ ଏହାର ଅଂଶ ବିଶେଷ ଭାବେ ଏହି କର୍ଯ୍ୟକ୍ରମ ହାତକୁ ନେଇଛି ଜିଲ୍ଲା ଶାଖା । ମୋର୍ଚ୍ଚାର ସଦସ୍ୟମାନେ ରେଳରୋକ କରି ମୋଦି ସରକାର ବିରୋଧରେ ନାରାବାଜି କରିବା ସହ ଉତ୍ତରପ୍ରଦେଶ ହିଂସାର ନିନ୍ଦା କରିଥିଲେ । ଫଳରେ ଦୀର୍ଘ ସମୟ ଧରି ବାଙ୍ଗରିପୋଷି-ରୁପ୍ସା DMU ଲୋକାଲ ଟ୍ରେନ ଦୀର୍ଘ ସମୟ ଧରି ବାରିପଦା ରେଳ ଷ୍ଟେସନରେ ଅଟକି ରହିଥିଲା ।

ଆଜିର ରେଳରୋକ କାର୍ଯ୍ୟକ୍ରମର ସିପିଆଇ ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର, ସିପିଏମର ରବି ଗୋସ୍ବାମୀ, ଟାଉନ କଂଗ୍ରେସ ସଭାପତି ଶାନ୍ତନୁ ପାଲ, ସିଆଇଟିୟୁର ଅମଲ ଦେ, ଏଆଇଟିୟୁସି ପକ୍ଷରୁ କାହ୍ନୁଚରଣ ବେହେରା, ଶ୍ରୀକାନ୍ତ ସାମଲ, ସ୍ବାଗନ ଦାସ,କିଶାନ ଇଣ୍ଡିଆର ଆବାହକ ବୁଧୁରାମ ସିଂଙ୍କ ସହ ଶତାଧିକ କର୍ମୀ ସାମିଲ ହୋଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.