ETV Bharat / state

ହଷ୍ଟେଲରେ ଛାତ୍ରୀଙ୍କୁ ଖାଦ୍ୟ ନମିଳିବା ଘଟଣା, ଜନ ଆନ୍ଦୋଳନ ଡାକରା

author img

By

Published : Nov 19, 2022, 1:53 PM IST

ମୟୂରଭଞ୍ଜ ଜିଲ୍ଲା କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ପରିସରରେ ରହିଥିବା ଆଦିବାସୀ ଛାତ୍ରୀ ନିବାସ ଓ କେଶଡିହା ଆଶ୍ରମ ବିଦ୍ୟାଳୟରେ ଥିବା ହଷ୍ଟେଲରେ ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦିଆନଯିବା ଘଟଣା । ଏନେଇ ଜନ ଆନ୍ଦୋଳନର ଡାକରା ଦେଲା ଠାକୁରମୁଣ୍ଡା ସଚେତନ ନାଗରିକ ମଞ୍ଚ । ଅଧିକ ପଢ଼ନ୍ତୁ

public protest for student do not get food in tribal hostel in mayurbhanj
ହଷ୍ଟେଲରେ ଛାତ୍ରୀଙ୍କୁ ଖାଦ୍ୟ ନମିଳିବା ଘଟଣା, ଜନ ଆନ୍ଦୋଳନ ଡାକରା

ରାଇରଙ୍ଗପୁର: ହଷ୍ଟେଲରେ ଛାତ୍ରୀମାନଙ୍କୁ ଖାଇବାକୁ ନଦେବା ଘଟଣା । ମାନବାଧିକାର କମିଶନଙ୍କ ରିପୋର୍ଟ ପରେ ଏବେ ଆଦିବାସୀ ମେଳି ଆରମ୍ଭ । ଠାକୁରମୁଣ୍ଡାରେ ଶହଶହ ଆଦିବାସୀ ଗଣ ଆନ୍ଦୋଳନ କରିଛନ୍ତି । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ହଷ୍ଟେଲରେ ଛାତ୍ରୀଙ୍କୁ ଖାଦ୍ୟ ନମିଳିବା ଘଟଣା

ଗତ ମାସ 23 ତାରିଖରେ ଜିଲ୍ଲାର କସ୍ତୁରବା ଗାନ୍ଧୀ ବିଦ୍ୟାଳୟର ଆଦିବାସୀ ଛାତ୍ରୀ ନିବାସ ଓ କେଶଡିହା ଆଶ୍ରମ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କୁ ଖାଇବାକୁ ନଦେବା ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ଜାତୀୟ ମାନବିଧିକାର କମିଶନ ନିନ୍ଦା ପ୍ରକାଶ କରି ରାଜ୍ୟ ଆଦିବାସୀ ଓ ହରିଜନ ବିଭାଗର ମୁଖ୍ୟ ସଚିବ ଏବଂ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନୋଟିସ ଜାରି କରି 4 ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଘଟଣାକୁ ମାସେ ହୋଇସାରିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କାହାରି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଏହାକୁ ବିରୋଧ କରି ଜନ ଆନ୍ଦୋଳନର ଡାକରା ଦେଇଛି ଠାକୁରମୁଣ୍ଡା ସଚେତନ ନାଗରିକ ମଞ୍ଚ । ଯାହା ଫଳରେ ଶହଶହ ଲୋକ ଠାକୁରମୁଣ୍ଡା ମା'ବାସୁଳୀ ମନ୍ଦିରରୁ ଏକ ବିରାଟ ପଟୁଆରେ ଆସି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୫ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଛନ୍ତି । ଏନେଇ ସମାଜସେବୀ କହିଛନ୍ତି, ଠାକୁରମୁଣ୍ଡା ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ ହୋଇଥିବାରୁ ସ୍କୁଲ କଲେଜ ମାନଙ୍କରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଅଣଦେଖା କରାଯାଉଛି । ଯାହା ଫଳରେ ବିଭିନ୍ନ ସ୍କୁଲ କଲେଜ ମାନଙ୍କରୁ ପ୍ରତ୍ୟେକ ଦିନ ଏପରି ଘଟଣା ସାମ୍ନାକୁ ଆସୁଛି । ଆଗାମୀ ଦିନରେ ଏପରି କାର୍ଯ୍ୟ ସାମ୍ନାକୁ ଆସେ ତେବେ ଜନ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ।" ସେହିପରି ଏପରି କାର୍ଯ୍ୟ କରିଥିବା ସ୍ଥାନୀୟ ପ୍ରଶାସନ ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Archana Nag case: EDରେ ହାଜର ହେଲେନି ଅକ୍ଷୟ ପରିଜା, ଆସିଲେ ଓକିଲ

ସୂଚନା ଥାଉକି, ଠାକୁରମୁଣ୍ଡା ଠାରେ ଥିବା ଆଦିବାସୀ ଛାତ୍ରୀ ନିବାସରେ ୯୪ ଜଣ ଖାଇବାକୁ ନପାଇ ଗତ ଅକ୍ଟୋବର ମାସ ୨୩ ତାରିଖ ଦିନ ହଷ୍ଟେଲରୁ ସମସ୍ତ ଛାତ୍ରୀ ବାହାରି ଆସି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି କାନ୍ଦିଥିଲେ । ଯାହାକୁ ନେଇ ସେତେବେଳେ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହିପରି ଗତ ଅଗଷ୍ଟ ମାସରେ କେଶଡିହା ଆଶ୍ରମର ହଷ୍ଟେଲରେ ରହୁଥିବା ୩୨୦ ଜଣ ଛାତ୍ରଛାତ୍ରୀ ତାଲିକା ଅନୁଯାୟୀ ଖାଦ୍ୟ ନଦେବା ସହିତ କମ ଖାଦ୍ୟ ଦେବା, ହଷ୍ଟେଲ ଭିତରେ ପାଣି ଗଳିବା, ଶ୍ରେଣୀ ଗୃହ ଅଭାବରୁ ୪ଟି ଶ୍ରେଣୀର ପିଲାଙ୍କୁ ଗୋଟିଏ ଶ୍ରେଣୀ ଗୃହରେ ବସାଇ ପାଠ ପଢ଼ାଇବା ଓ ପାନୀୟ ଜଳ ଅଭାବ ଭଳି ସମସ୍ୟା ନେଇ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବା ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାର ପ୍ରଚାର ହେଲା ପରେ ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଆବେଦନ କ୍ରମେ ଏକ ମାମଲା ରୁଜୁ ହୋଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ ହୋଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.