ETV Bharat / state

ଫୁଟବଲ ମ୍ୟାଚ ଦେଖୁଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ, ଜଣେ ମୃତ

author img

By

Published : Sep 18, 2022, 12:36 PM IST

ଫୁଟବଲ ମ୍ୟାଚ ଚାଲିଥିବା ବେଳେ ବର୍ଷା ପରେ ବଜ୍ରପାତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ ତିନି ଗୁରୁତର ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଫୁଟବଲ ମ୍ୟାଚ ଦେଖୁଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ, ଜଣେ ମୃତ
ଫୁଟବଲ ମ୍ୟାଚ ଦେଖୁଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ, ଜଣେ ମୃତ

ବାରିପଦା: ଏମିତି ବି ଆସେ ମୃତ୍ୟୁ, ଫୁଟ୍‌ବଲ ମ୍ୟାଚ୍‌ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ । ବଜ୍ରପାତ ହେବାରୁ ଜଣେ ଦର୍ଶକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ରାଜାବସା ପଡ଼ିଆରେ । ମୃତକ ଜଣଙ୍କ ହେଲେ ଶାଳବଣିର ଅଶୋକ ମୁର୍ମୁ । ଗୁରୁତରଙ୍କ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ ଲକ୍ଷ୍ମୀପୋଷୀ ସ୍ଥିତ ରାଜାବସା ପଡ଼ିଆରେ ଶନିବାର ଅପରାହ୍ନରେ ଫୁଟବଲ ମ୍ୟାଚ ଚାଲିଥିଲା । ମ୍ୟାଚ ଦେଖିବାକୁ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା । ତେବେ ମ୍ୟାଚ୍‌ ଚାଲିଥିବା ବେଳେ ଅପରାହ୍ନରେ ହଠାତ୍‌ ବର୍ଷା ଆରମ୍ଭ ହୋଇଯାଇଥିଲା, ପରେ ବଜ୍ରପାତ(Lightning Strike) ହେବାରୁ ଫୁଟ୍‌ବଲ୍ ଖେଳ ଦେଖିବାକୁ ଆସିଥିବା ୪ ଜଣ ଦର୍ଶକ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି। ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଜାରି ରହିଛି।

ଫୁଟବଲ ମ୍ୟାଚ ଦେଖୁଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ, ଜଣେ ମୃତ

ଏହା ମଧ୍ୟ ପଢନ୍ତୁ-Fuel Price Update: କଣ ରହିଛି ଆଜିର ପେଟ୍ରୋଲ ଡିଜେଲ ଦର

ଜୁନ ମାସରେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଭେଙ୍କଟରାଇପଲ୍ଲୀ ଗ୍ରାମରେ କାଳବୈଶାଖୀ ବର୍ଷା ପ୍ରଭାବରେ ହୋଇଥିବା ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଦେବେନ୍ଦ୍ର ମହାନ୍ତି ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସୁରେନ୍ଦ୍ର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ସେହିପରି ଜୁନ ୨୦ରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ ବଜ୍ରପାତ ହୋଇଥିଲା,ରହ୍ମପଡ଼ା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ପାଠ ପଢୁଥିବା ସମୟରେ ହଠାତ ବଜ୍ରପାତ ଘଟିଥିଲା । ଏଥିରେ କେହି କିନ୍ତୁ ଆହତ ହୋଇନଥିଲେ । ଜୁନ୍ ୧୭ ତାରିଖରେ ରାୟଗଡ଼ା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମଙ୍କଡ଼ଝୋଲା ଗ୍ରାମରେ ବଜ୍ରାଘାତର ଜଣେ ଶିଶୁର ମୃତ୍ୟୁ ହୋଇଥିଲା । ମଙ୍କଡ଼ଝୋଲା ଗ୍ରାମର ଆମରି ମାଝି ଓ ତାଙ୍କ ପରିବାର ଚାଷ ଜମିରେ କାମ କରୁଥିଲେ । ଏହି ସମୟରେ ବର୍ଷା ଆଶଙ୍କା ହେବାକୁ ସପରିବାର ଘରକୁ ଫେରୁଥିଲେ । ଏହି ସମୟରେ ବଜ୍ରପାତ ହେବାରୁ ଜଣଙ୍କର ଶିଶୁର ମୃତ୍ୟୁ ହୋଇଥିଲା । ଜୁନ ୧୫ରରେ ବିଷମ କଟକ ବ୍ଲକରେ ଆଦିବାସୀ ଯୁବତୀମାନେ ରଜପାଳନ ସମୟରେ ବଜ୍ରପାତ ହେବାରୁ ୬ ଜଣ ଯୁବତୀ ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.