ETV Bharat / state

ଆସିଲାନି ଆମ୍ବୁଲାନ୍ସ, ପତ୍ନୀଙ୍କୁ ଟ୍ରଲିରେ ଡାକ୍ତରଖାନା ନେଲେ ବୃଦ୍ଧ

author img

By

Published : Sep 30, 2021, 9:07 PM IST

ଆସିଲାନି ଆମ୍ବୁଲାନ୍ସ, ପତ୍ନୀଙ୍କୁ ଟ୍ରଲିରେ ଡାକ୍ତରଖାନା ନେଲେ ବୃଦ୍ଧ
ଆସିଲାନି ଆମ୍ବୁଲାନ୍ସ, ପତ୍ନୀଙ୍କୁ ଟ୍ରଲିରେ ଡାକ୍ତରଖାନା ନେଲେ ବୃଦ୍ଧ

ପାଣିରେ ବୁଡ଼ି ଗୁରୁତର ହୋଇଥିବା ମହିଳାଙ୍କ ପାଇଁ ଆସିଲାନି ଆମ୍ବୁଲାନ୍ସ । ଶେଷରେ ପତ୍ନୀଙ୍କୁ ଏକ ଟ୍ରଲିରେ ବୋହି ଡାକ୍ତରଖାନାକୁ ନେଲେ ଜଣେ ବୃଦ୍ଧ । ସ୍ୱାସ୍ଥ୍ୟ ସେବାର ଏଭଳି ଏକ ଦୟନୀୟ ଚିତ୍ର ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

ବାରିପଦା: ପାଣିରେ ବୁଡ଼ି ଗୁରୁତର ହୋଇଥିବା ମହିଳାଙ୍କ ପାଇଁ ଆସିଲାନି ଆମ୍ବୁଲାନ୍ସ । ଶେଷରେ ପତ୍ନୀଙ୍କୁ ଏକ ଟ୍ରଲିରେ ବୋହି ଡାକ୍ତରଖାନାକୁ ନେଲେ ଜଣେ ବୃଦ୍ଧ । ସ୍ୱାସ୍ଥ୍ୟ ସେବାର ଏଭଳି ଏକ ଦୟନୀୟ ଚିତ୍ର ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି । ଶୁଳିଆପଦା ବ୍ଲକ ଭଣ୍ଡାରିଶୋଳ ଗ୍ରାମର ବିଶ୍ଵନାଥ ହାଁସଦାଙ୍କ ପତ୍ନୀ ପାଣିରେ ବୁଡି ଅସୁସ୍ଥ ହୋଇ ପଡ଼ିଥିଲେ । ତେବେ ଆମ୍ବୁଲାନ୍ସ ନଆସିବାରୁ ପତ୍ନୀଙ୍କୁ ଏକ ଟ୍ରଲିରେ ପଲିଥିନ ଘୋଡ଼ାଇ ବୃଦ୍ଧ ଜଣକ ହସ୍ପିଟାଲ ନେଇ ଯାଉଥିବା ଦେଖିବାକୁ ମିଳିଛି । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଘୁରି ବୁଲୁଛି ।

ଆସିଲାନି ଆମ୍ବୁଲାନ୍ସ, ପତ୍ନୀଙ୍କୁ ଟ୍ରଲିରେ ଡାକ୍ତରଖାନା ନେଲେ ବୃଦ୍ଧ

ମୟୂରଭଞ୍ଜ ଜିଲ୍ଲାରେ ଏଭଳି ଚିତ୍ର ମିଳିବା ପରେ ବର୍ତ୍ତମାନ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଗୁରୁତର ପତ୍ନୀଙ୍କୁ ଜଣେ ବୃଦ୍ଧ ଏକ ଟ୍ରଲିରେ ବୋହି ନେଇ ଯାଉଛନ୍ତି । ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ବୃଦ୍ଧ ଜଣକ ରାସ୍ତା ପଚାରି ପଚାରି ପତ୍ନୀଙ୍କୁ ଡାକ୍ତରଖାନାକୁ ନେଉଛନ୍ତି । ରାଜ୍ୟର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ପଦାରେ ପଡି଼ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି ।

ଶୁଳିଆପଦା ବ୍ଲକର ଉଫାଲଗଡ଼ିଆ ପଞ୍ଚାୟତର ଭଣ୍ଡାରିଶୋଳ ଗ୍ରାମର ବିଶ୍ଵନାଥ ହାଁସଦାଙ୍କ ପତ୍ନୀ ପୋଖରୀ ପାଣିରେ ବୁଡ଼ିଯାଇଥିଲେ । ଗ୍ରାମବାସୀ ତାଙ୍କୁ ପୋଖରୀରୁ ଉଦ୍ଧାର କରିଥିବାବେଳେ ସେ ଗୁରୁତର ହୋଇ ପଡ଼ିଥିଲେ । ବୃଦ୍ଧ ଜଣକ ତୁରନ୍ତ ଏକ ଟ୍ରଲିରେ ଜଣେ ଘରୋଇ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ନେଇ ଯାଉଥିବା ଜଣାପଡ଼ିଛି । ତେବେ ମହିଳାଜଣଙ୍କ ବର୍ଷାରେ ବର୍ଷାରେ ଯେଭଳି ଭିଜି ନଯିବେ ତାଙ୍କ ଉପରେ ପଲିଥିନ ଘୋଡ଼ାଇ ଟ୍ରଲିରେ ଟାଣି ଟାଣି ନେଉଥିଲେ ବୃଦ୍ଧ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.