ETV Bharat / state

ନାବାଳିକାକୁ 5 ଦିନ ଧରି ଦୁଷ୍କର୍ମ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ

author img

By

Published : May 3, 2021, 3:12 PM IST

5 ଦିନ ଧରି ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ଆଜି ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି । ମୃତ ନାବାଳିକା(୧୪)କୁ ଅପହରଣ କରିବା ପରେ ୫ ଦିନ ଧରି ଦୁଷ୍କର୍ମ କରାଯାଇଥିଲା । ଅଧିକ ପଢନ୍ତୁ...

ନାବାଳିକାକୁ 5 ଦିନ ଧରି ଦୁଷ୍କର୍ମ ଘଟଣା
ନାବାଳିକାକୁ 5 ଦିନ ଧରି ଦୁଷ୍କର୍ମ ଘଟଣା

ବାରିପଦା: 5 ଦିନ ଧରି ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ଆଜି ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି । ମୃତ ନାବାଳିକା(୧୪) କୁ ଅପହରଣ କରିବା ପରେ ୫ ଦିନ ଧରି ଦୁଷ୍କର୍ମ କରାଯାଇଥିଲା । ମୁମୂର୍ଷୁ ଅବସ୍ଥାରେ ଥିବା ପୀଡ଼ିତା ନାବାଳିକା ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ’ ମହାବିଦ୍ୟାଳୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ । ତେବେ ପୀଡିତା ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ପୀଡିତା ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ତେବେ ଏନେଇ ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନାରେ ଏକ ମାମଲା ପୀଡ଼ିତାଙ୍କ ପିତାଙ୍କ ଅଭିଯୋଗ କ୍ରମେ ରୁଜୁ ହୋଇଛି । ଏହି ଅଭିଯୋଗରେ ପୋଲିସ ଅଭିଯୁକ୍ତ ଯୁବକ ରଙ୍ଗାମାଟିଆ ଗ୍ରାମର ବାହାଦୁର ଚାପିଆର (୨୦) କୁ ଗିରଫ କରିବା ସହ ଅପ୍ରେଲ 30 ତାରିଖରେ କୋର୍ଟଚାଲାଣ କରିବା ପରେ ଜେଲ ହାଜତକୁ ପଠାଇ ଦେଇଥିଲା । ଏ ସମ୍ପର୍କରେ ଚାନ୍ଦୁଆ ଥାନାରେ ୪୮/୨୧ ନମ୍ବରର ଏକ ମାମଲା ଭାରତୀୟ ଦଣ୍ଡବିଧି ଆଇନର ୩୬୩, ୩୪୨ ଓ ୩୭୬ ଦଫା ଏବଂ ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନର ୬ ଧାରାରେ ରୁଜୁ ହୋଇ ତଦନ୍ତ ଜାରି ରହିଛି । ତେବେ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦେବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.