ETV Bharat / state

ଚାଷୀ ସହ ବର୍ଷା ଖେଳୁଛି ଲୁଚକାଳି, ଜମି ଫାଟି ଆଁ

author img

By

Published : Aug 8, 2020, 3:56 PM IST

ଚାଷୀ ସହ ବର୍ଷା ଖେଳୁଛି ଲୁଚକାଳି
ଚାଷୀ ସହ ବର୍ଷା ଖେଳୁଛି ଲୁଚକାଳି

ମୟୂରଭଞ୍ଜରେ ମୌସୁମୀ ଖେଳୁଛି ଲୁଚକାଳି । ଆଷାଢ ଯାଇ ଶ୍ରାବଣ ସରିଲାଣି । ହେଲେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ଘୋର ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । ଆଗକୁ ବର୍ଷା ନ ହେଲେ ମରୁଡି ପରିସ୍ଥିତି ନିଶ୍ଚୟ ସୃଷ୍ଟି ହେବ ବୋଲି ଚାଷୀମାନେ ଚିନ୍ତା ପ୍ରକଟ କରିଛନ୍ତି । ଅଧିକ ପଢନ୍ତୁ...

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ମୌସୁମୀ ଖେଳୁଛି ଲୁଚକାଳି । ଆଷାଢ ଯାଇ ଶ୍ରାବଣ ସରିଲାଣି । ହେଲେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ଘୋର ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । ପାଣିର ଅଭାବ ପାଇଁ ଚାଷୀ କୂଳ ହତାଶ ହୋଇପଡିଛି । ଆଗକୁ ଲଘୁଚାପ ବର୍ଷା କେତେ ସହାୟକ ହେବ ତାକୁ ନେଇ ଏବେ ଚିନ୍ତାରେ ଚାଷୀ ।

ଆଷାଢ ଯାଇ ଶ୍ରାବଣ ସରିଲାଣି, ହେଲେ ବର୍ଷା ନାହିଁ । ଆକାଶରେ ମେଘ ଅଛି ହେଲେ ବରଷୁ ନାହଁ । ଧାରା ଶ୍ରାବଣରେ ନିଅଣ୍ଟିଆ ବର୍ଷା ଯୋଗୁଁ ଆଗେଇ ପାରୁନି ଚାଷ କାମ । ବିହୁଡା ବେଉସନବେଳେ ବିଲ ଫାଟି ଆଁ କରିଛି । ସେପଟେ ପାଣି ନ ପାଇ ମରିଯାଉଛି ଧାନ ଗଛ । ଫଳରେ ଅମଳ କରିବାକୁ ବସିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଉପାୟ ଶୂନ୍ୟ କୃଷକ କଲବଲ ହୋଇ କେନାଲରୁ ପମ୍ପ ସାହାଯ୍ୟରେ ପାଣି ମଡାଇବାରେ ଲାଗିଛି । ଏହି ଦୃଶ୍ୟ ଦେଖିଲେ ଚାଷୀଙ୍କ ଦୁଃଖ ସ୍ପଷ୍ଟ ବାରି ହୋଇପଡୁଛି । ମୟୂରଭଞ୍ଜ ଜିଲ୍ଲାର ଅନେକ ବ୍ଲକର ଚାଷ କାମରେ ବାଧକ ସାଜିଛି ନିଅଣ୍ଟିଆ ବର୍ଷା ।

ଚାଷୀ ସହ ବର୍ଷା ଖେଳୁଛି ଲୁଚକାଳି

ଜିଲ୍ଲାରେ 2 ଲକ୍ଷ 92 ହଜାର 376 ହେକ୍ଟର ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ରଖିଥିଲା କୃଷି ବିଭାଗ । ହେଲେ ଜୁଲାଇ ସୁଦ୍ଧା ମାତ୍ର 22 ହଜାର 780 ହେକ୍ଟର ଜମିରେ ଧାନ ଚାଷ ହୋଇପାରିଛି । ସେହିପରି ଜୁଲାଇ ମାସରେ 337 ମିଲିମିଟର ବର୍ଷା ହେବା କଥା ହେଲେ ଏଥର 200.6 ମିଲିମିଟର ବର୍ଷା ହୋଇଛି । ଅର୍ଥାତ 40 ପ୍ରତିଶତ କମ ହୋଇ ହୋଇଛି । ଜିଲ୍ଲାର 26ଟି ବ୍ଲକରୁ 22ଟି ବ୍ଲକରେ ନିଅଣ୍ଟିଆ ବର୍ଷା ଚାଷୀକୁ ହତାଶ କରିଛି । କୁସୁମୀ, ରରୁଆଁ, କରଞ୍ଜିଆ ବ୍ଲକରେ ସ୍ବାଭାବିକ ଠାରୁ କମ ବର୍ଷା ରେକର୍ଡ କରାଯାଇଛି । ଆଗକୁ ଲଘୁଚାପ ଥିବାବେଳେ ଏଥିରୁ ଚାଷୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ ବୋଲି କୃଷି ଉପନିର୍ଦ୍ଦେଶକ କହିଛନ୍ତି । ଏଥିସହ ସେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରାଇ ନେବାକୁ ପରାମର୍ଶ ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.