ETV Bharat / state

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲ୍ଲା ଜରୁରୀକାଳୀନ ଅଧିକାରୀ

author img

By

Published : Aug 26, 2020, 3:52 PM IST

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲ୍ଲା ଜରୁରୀକାଳୀନ ଅଧିକାରୀ
ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲ୍ଲା ଜରୁରୀକାଳୀନ ଅଧିକାରୀ

ଲଘୁଚାପଜନିତ ବର୍ଷାରେ ବେହାଲ ମୟୂରଭଞ୍ଜ । ମଙ୍ଗଳବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବୁଢ଼ାବଳଙ୍ଗ, ଜମ୍ଭୀରା, ଗଙ୍ଗାହାର, ଖଡ଼ଖାଇ, ଦେଓ, ସୋନ, କାଳ, ଖଡ଼ଖାଇ ନଦୀର ଜଳସ୍ତର ବଢୁଛି। ଅଧିକ ପଢନ୍ତୁ.....

ବାରିପଦା: ସାରା ରାଜ୍ୟରେ ଲାଗି ରହିଥିବା ଲଘୁଚାପଜନିତ ବର୍ଷାରେ ବେହାଲ ମୟୂରଭଞ୍ଜ । ମଙ୍ଗଳବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ଥିବା ନଦୀ ଗୁଡିକ ବୁଢ଼ାବଳଙ୍ଗ ଏବଂ ଜମ୍ଭୀରା ଓ ଅନ୍ୟାନ୍ୟ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଫଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲ୍ଲା ଜରୁରୀକାଳୀନ ଅଧିକାରୀ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପାଇଁ ସମଗ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଏହାର ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଲଘୁଚାପ ଜନିତ ବର୍ଷାରେ ଜନଜୀବନ ବେହାଲ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ବୃଷ୍ଟିପାତ ୧୨୨.୧୮ ମିଲିମିଟର ରେକର୍ଡ କରାଯାଇଛି । ତେବେ ବାରିପଦା ସହରରେ ସର୍ବାଧିକ ୨୦୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଉପର ମୁଣ୍ଡରେ ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବଢୁଛି । ଜିଲ୍ଲାର ବୁଢ଼ାବଳଙ୍ଗ, ଜମ୍ଭୀରା, ଗଙ୍ଗାହାର, ଖଡ଼ଖାଇ ନଦୀର ଜଳସ୍ତର ବୃଦ୍ଧି ହେଉଥିବାରୁ ତଳିଆ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ବୁଢ଼ାବଳଙ୍ଗ ଏବଂ ଜମ୍ଭୀରା ନଦୀରେ ଜଳସ୍ତର ବୃଦ୍ଧି ହେଉଥିବାରୁ ଜିଲ୍ଲାର ବେତନଟୀ, ବଡ଼ସାହି, ରାସଗୋବିନ୍ଦପୁର, ବାରିପଦା, ମୋରୋଡା ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି ।

ସେପଟେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତିକୁ ନଜରରେ ରଖାଯାଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି । ଜିଲ୍ଲାର ବନ୍ୟା ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତିଙ୍କ ସହ ଆମ ମୟୂରଭଞ୍ଜ ସମ୍ବାଦଦାତା ଆଲୋଚନା କରିଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.