ETV Bharat / state

PM Awas Yojanaରେ ଘୋଟଲା କରୁଛନ୍ତି ରାଜ୍ୟ ସରକାର: ମୟୂରଭଞ୍ଜ ବିଜେପି

author img

By

Published : Dec 25, 2021, 10:49 AM IST

Mayurbhanj district BJP
Mayurbhanj district BJP

ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା(Pradhan Mantri Awas Yojana)ରେ କରୁଥିବା ଘୋଟାଲା କରୁଥିବା ଅଭିଯୋଗ ଆଣି ମୟୂରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଅଧିକ ପଢନ୍ତୁ

ବାରିପଦା: ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା(Pradhan Mantri Awas Yojana)ରେ କରୁଥିବା ଘୋଟାଲାକୁ ନେଇ ମୟୂରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି ।

ମୟୁରଭଞ୍ଜ ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ

ଶୁକ୍ରବାର ଜିଲ୍ଲା ବିଜେପି ପକ୍ଷରୁ ବାରିପଦା ଦଳୀୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା । ରାଜ୍ୟ ତମାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘୋଟାଲାକୁ ନେଇ ବିଜେପି ପକ୍ଷରୁ ବାରମ୍ବାର ଅଭିଯୋଗ କରିଛି । ହେଲେ ସେସବୁକୁ ଅଣଦେଖା କରି ରାଜ୍ୟ ସରକାର ଆବାସ ଗୃହ ପାଇଁ କେନ୍ଦ୍ର ଉପରେ ଦୋଷ ଲଦିଛନ୍ତି । କେନ୍ଦ୍ର ସରକାର ହିତାଧିକାରୀଙ୍କ ତାଲିକା ଯୋଡିବା ପାଇଁ ତୃତୀୟ ଥର ପୋର୍ଟାଲ ଖୋଲିଥିବା ବେଳେ ରାଜ୍ୟ ସରକାର ଉକ୍ତ ସମୟ ସୀମା ମଧ୍ୟରେ ପୂରଣ ନକରି ଓଲଟା କେନ୍ଦ୍ର ଉପରେ ଦୋଷ ଲଦିଛନ୍ତି । ବର୍ତ୍ତମାନ ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା ଆଣୁଛନ୍ତି ବୋଲି ଦଳ ଅଭିଯୋଗ କରିଛି ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ (Biju Swasthy Smart Card) ପରେ ଏବେ ଆବାସ ପାଇଥିବା ହିତାଧିକାରୀଙ୍କୁ ମରାମତି ପାଇଁ ଟଙ୍କା ବାଣ୍ଟିବା ଆରମ୍ଭ କରିଛନ୍ତି । ବିଜେପି ପକ୍ଷରୁ ଏହାକୁ ଦୃଢ ନିନ୍ଦା କରାଯାଉଛି । ଯଦି ଗରିବଙ୍କ ପ୍ରତି ଦରଦ ଅଛି ତେବେ ସେମାନଙ୍କ ଭଙ୍ଗାରୁଜା ଓ ଅସମ୍ପୂର୍ଣ୍ଣ ଗୃହ ଗୁଡିକୁ ନିର୍ମାଣ କରାଇବା ସହ ଯେଉଁ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ ତୁରନ୍ତ ଗୃହ ପ୍ରଦାନ କରନ୍ତୁ ଦଳ ଦାବି କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.