ETV Bharat / state

ମା' ଅମ୍ବିକାଙ୍କ ପୀଠରେ ଅଷ୍ଟମୀ ପୂଜା

author img

By

Published : Oct 5, 2019, 7:26 PM IST

ଅଷ୍ଟମୀ ପୂଜା

ଶନିବାର ମା'ଙ୍କ ପୀଠରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ତେବେ ୨୦୦ ବର୍ଷ ପୂର୍ବରୁ ମୟୂରଭଞ୍ଜ ରାଜାଙ୍କ ଦ୍ୱାରା ବାରିପଦା ସହରରେ ସ୍ଥାପିତ ମା' ଅମ୍ବିକା ଠାକୁରାଣୀଙ୍କ ମଧ୍ୟ ନବରାତ୍ରୀ ପୂଜା ବେଶ୍‌ ଧୁମଧାମରେ ପାଳନ ହୋଇଯାଇଛି ।

ବାରିପଦା: ଶନିବାର ମଣ୍ଡପରେ ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସେହିପରି ଦେବୀଙ୍କ ପୀଠରେ ଆଜି ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ତେବେ ବାରିପଦା ସ୍ଥିତ ୨୦୦ ବର୍ଷ ପୂରାତନ ମା' ଅମ୍ବିକା ଠାକୁରାଣୀଙ୍କ ପୀଠରେ ମଧ୍ୟ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି ।

ମା' ଅମ୍ବିକା ଠାକୁରାଣୀଙ୍କ ଅଷ୍ଟମୀ ପୂଜା


ଦେବୀ ମା' ଅମ୍ବିକା ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ମା' ଅମ୍ବିକାଙ୍କର ବେଶ ଗୁଡିକ ହେଲା ଶୈଳୀପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନା, କାଳରାତ୍ରୀ, ମହାଗୌରୀ, ଓ ସିଦ୍ଧିଦାତ୍ରୀ । ଏହି ନବବେଶରେ ଦର୍ଶନ ଦେଇଥାନ୍ତି ମା' ଅମ୍ବିକା ।

ତେବେ ମା'ଙ୍କୁ ଦର୍ଶନ କରିବାପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଏହି ପୀଠକୁ ଆସିଥାନ୍ତି । ଏଥିସହ ପଡୋଶୀ ରାଜ୍ୟ ଝାଡଖଣ୍ଡ ଓ ପଶ୍ଚିମବଙ୍ଗରୁ ମଧ୍ୟ ଶ୍ରଦ୍ଧାଳୁ ଆସିଥାନ୍ତି ଦର୍ଶନ ପାଇଁ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ଆଜି ହେଉଛି ସପ୍ତମୀ ପୂଜା ତେବେ ଦେବୀ ଙ୍କ ପୀଠ ରେ ଆଜି ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା ର ବିଭିନ୍ନ ଦେବୀଙ୍କ ସ୍ଥାନରେ ନବରାତ୍ରୀ ପୂଜା ବେଶ ଧୁମଧାମରେ ରେ ପାଳନ କରାଯାଇଛି। ତେବେ ୨୦୦ ବର୍ଷ ପୂର୍ବରୁ ମୟୂରଭଞ୍ଜ ରାଜାଙ୍କର ଦ୍ୱାରା ସ୍ଥାପିତ ବାରିପଦା ସହରରେ ମା ଅମ୍ବିକା ଠାକୁରାଣୀ ଙ୍କ ମଧ୍ୟ ବେଷ ଧୁମଧାମରେ ପାଳନ କରିଥାନ୍ତି ହଜାର ହଜାର ଶ୍ରଦ୍ଧାଳୁ।ଆଜି ମା ଅମ୍ବିକା ପୀଠରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ବହୁ ପୁରାତନ ମାଆଙ୍କର ପୀଠ ବିଭିନ୍ନ ସ୍ଥାନରେ ଅବସ୍ତିତ ଥିବା ବେଳେ, ସେହିଭଳି ବାରିପଦାରେ ମଧ୍ୟ ଅଛି ଏକ ୨୦୦ ବର୍ଷୀୟ ପୁରାତନ ମନ୍ଦିର ଯାହାକୁ ମା ଅମ୍ବିକା ମନ୍ଦିର ନାମରେ ପରିଚିତ। ତେବେ ଏହି ମନ୍ଦିର ରେ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଆରମ୍ଭ ହୋଇଯାଇଛି ଦେବୀ ମା ଅମ୍ବିକା ଙ୍କ ନବରାତ୍ର ପୂଜା । ଦେବୀ ମା ଅମ୍ବିକା ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦିଅନ୍ତି। ମା ଅମ୍ବିକା ବେଶ ଗୁଡିକ ହେଲା ଶୋଇଳ ପୁତ୍ରୀ, ବ୍ରଗ ଚାରିଣୀ, ଚନ୍ଦ୍ର ଘଣ୍ଟା, କସପଣ୍ଡା, ସ୍କନ୍ଧମାତା, କାତ୍ୟାୟଣୀ, କାଲରାତ୍ରୀ, ମହାଗୌରୀ, ଓ ସିଦ୍ଧି ଦାତ୍ରୀ, ଏହି ନବ ବେଶରେ ଦର୍ଶନ ଦେଇଥାନ୍ତି ମା ଅମ୍ବିକା। ତେବେ ଦର୍ଶନ କରିବାପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ତଥା ଜିଲ୍ଲାର ପଡ଼ଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଚିଂମ ବେଙ୍ଗାଲୁରୁ ମଧ୍ୟ ଶ୍ରଦ୍ଧାଳୁ ଆସିଥାନ୍ତି ଦର୍ଶନ ପାଇଁ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.