ETV Bharat / state

ଭୁଲ ଇଞ୍ଜେକ୍ସନରୁ ଗର୍ଭବତୀଙ୍କ ମୃତ୍ୟୁ ଘଟଣା, ତଦନ୍ତ ଦାବି କଲା JMM

author img

By

Published : Aug 19, 2021, 10:30 PM IST

ଭୁଲ ଇଞ୍ଜେକ୍ସନରୁ ଗର୍ଭବତୀଙ୍କ ମୃତ୍ୟୁ ଘଟଣା, ତଦନ୍ତ ଦାବି କଲା JMM
ଭୁଲ ଇଞ୍ଜେକ୍ସନରୁ ଗର୍ଭବତୀଙ୍କ ମୃତ୍ୟୁ ଘଟଣା, ତଦନ୍ତ ଦାବି କଲା JMM

ଏକ ଘରୋଇ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ଗର୍ଭବତୀ ଓ ଗର୍ଭରେ ଥିବା ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଅଧିକ ପଢ଼ନ୍ତୁ...

ବାରିପଦା: ଏକ ଘରୋଇ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ଗର୍ଭବତୀ ଓ ଗର୍ଭରେ ଥିବା ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଗତ ୧୭ ତାରିଖ ଦିନ ବାରିପଦା କାଲିକାପୁର ଅଞ୍ଚଳର ଗର୍ଭବତୀ ଆରତୀ ମଣି ଦାସଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ଏକ ଘରାେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ତେବେ ଭୁଲ ଇଞ୍ଜେକ୍ସନ ଯୋଗୁଁ ଆରତୀ ଓ ତାଙ୍କ ଗର୍ଭରେ ଥିବା ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା ।

ଭୁଲ ଇଞ୍ଜେକ୍ସନରୁ ଗର୍ଭବତୀଙ୍କ ମୃତ୍ୟୁ ଘଟଣା, ତଦନ୍ତ ଦାବି କଲା JMM

ଡାକ୍ତର ଓ ନର୍ସଙ୍କ ଭୁଲ ପାଇଁ ଉଭୟ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ତେବେ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ପରେ ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମକର୍ତ୍ତା ମାନେ JMMର ରାଜ୍ୟ ସଭାପତି ଅଞ୍ଜନି ହେମ୍ବ୍ରମଙ୍କ ନେତୃତ୍ୱରେ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟି ଏହାକୁ ନେଇ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.