ETV Bharat / state

ବେଆଇନ ଅକ୍ସିଜେନ ସିଲିଣ୍ଡର ଜବତ, ଜଣେ ଅଟକ

author img

By

Published : May 20, 2021, 10:36 AM IST

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଚଢାଉ କରି 39ଟି ବେଆଇନ ଅକ୍ସିଜେନ ସିଲିଣ୍ଡର ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

ବେଆଇନ ଅକ୍ସିଜେନ ସିଲିଣ୍ଡର ଜବତ, ଜଣେ ଅଟକ
ବେଆଇନ ଅକ୍ସିଜେନ ସିଲିଣ୍ଡର ଜବତ, ଜଣେ ଅଟକ

ବାରିପଦା: ସାରା ଦେଶରେ ଅକ୍ସିଜେନ୍ ଅଭାବ ଦେଖାଦେଇ ଥିବାବେଳେ ବାରିପଦା ସହରରୁ ୩୯ ଟି ଛୋଟ ବଡ ଅକ୍ସିଜେନ୍ ସିଲିଣ୍ଡର ଜବତ କରିଛି ପୋଲିସ । ସହର ସ୍ଥିତ ତକତପୁର ଆରଏମସି ହାଟ ନିକଟରେ ଥିବା ଏକ ଗୋଦାମରେ ବିପୁଳ ପରିମାଣର ଅକ୍ସିଜେନ୍ ସିଲିଣ୍ଡର୍ ଗଛିତ ଥିବା ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ବାରିପଦା ଟାଉନ ଥାନା ପୋଲିସ ଚଢ଼ାଉ କରିଥିଲା ।

ବେଆଇନ ଅକ୍ସିଜେନ ସିଲିଣ୍ଡର ଜବତ, ଜଣେ ଅଟକ

ଚଢାଉ ସମୟରେ ଗୋଦାମର ୩୯ ଟି ଛୋଟ ଏବଂ ବଡ଼ ଅକ୍ସିଜେନ୍ ସିଲିଣ୍ଡର୍ ଥିବା ଦେଖିବାକୁ ପାଇଥିଲେ । ଏହି ସିଲିଣ୍ଡର୍ କେଉଁଠୁ ଆସିଲା ଏବଂ ଏହା ଆଇନଗତ ଭାବେ ରଖାଯାଇଛି ନା ବେଆଇନ ଭାବେ ରଖାଯାଇଛି ତାହାର ସନ୍ତୋଷଜନକ ଉତ୍ତର ଗୋଦାମ୍ ମାଲିକ ଦେଇ ନ ପାରିବାରୁ ପୋଲିସ ମନୋଜ ମହାନ୍ତ ନାମକ ଜଣେ ଯୁବକଙ୍କୁ ଅଟକ ରଖିଛି ପୋଲିସ । ତେବେ କିଛି ଲୋକ ଏଠାରେ ଅକ୍ସିଜେନ୍ ରଖି ବ୍ଲାକ କରାଯାଉଥିବା କହି ଘଟଣାସ୍ଥଳରେ ପହଞ୍ଚି ପାଟିତୁଣ୍ଡ କରିଥିବା ଦେଖିବାକୁ ମିଳିଥିଲା । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ।



ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.