ETV Bharat / state

ଅମ୍ଫାନକୁ ବର୍ଷେ: ଏଯାଏଁ ମିଳିନି ସରକାରୀ ସହାୟତା, ହନ୍ତସନ୍ତ ହିତାଧିକାରୀ

author img

By

Published : Apr 6, 2021, 10:36 PM IST

ବାତ୍ୟା ପରେ ପାଲ ତଳେ କଟୁଛି ଜୀବନ , ଏଯାଏଁ ମିଳିନି ସରକାରୀ ସହାୟତା
ବାତ୍ୟା ପରେ ପାଲ ତଳେ କଟୁଛି ଜୀବନ , ଏଯାଏଁ ମିଳିନି ସରକାରୀ ସହାୟତା

ବାତ୍ୟା ଅମ୍ପାନ ପରେ ପାଲ ତଳେ ଜୀବନ କାଟୁଛନ୍ତି ଅସହାୟ ପରିବାର । ଏପରି କିଛି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ । ଅଧିକ ପଢନ୍ତୁ...

ବାରିପଦା: ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗରିବ ଅସହାୟଙ୍କୁ ଘର ଯୋଗାଇ ଦେବା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ପାଲ ତଳେ ଜୀବନ କାଟୁଛନ୍ତି ଅସହାୟ ପରିବାର। ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଗଡିଗାଁ ମାହଲି ସାହିରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ବୁଧୁନି ମାହାଲି ଓ ତାଙ୍କ ଦିବ୍ୟାଙ୍ଗ ଝିଅ ଏବେ ପାଲତଳେ ଅସହାୟ ଅବସ୍ଥାରେ ଜୀବନ କାଟୁଥିବା ଦେଖିବାକୁ ମିଳିଛି ।

ବାତ୍ୟା ପରେ ପାଲ ତଳେ କଟୁଛି ଜୀବନ , ଏଯାଏଁ ମିଳିନି ସରକାରୀ ସହାୟତା

ବାତ୍ୟା ଅମ୍ଫାନରେ ଘର ଭାଙ୍ଗି ଯିବାପରେ ଏବେ ଏହି ପରିବାର ବେସାହାରା । ଭଙ୍ଗା ଘରେ ପାଲ ପକାଇ ପିଣ୍ଡାରେ ବିତୁଛି ଜୀବନ । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଯୋଜନା କେଉଁଟାରେ ବି ତାଙ୍କୁ ପଞ୍ଜିକୃତ କରାଯାଇନି । ସରକାରୀ ସହାୟତା ପାଇବା ପାଇଁ ସବୁ ମାପଦଣ୍ଡ ଥିବା ସତ୍ତ୍ବେ କେମିତି ଜଣେ ଗରିବ ଅସହାୟ ହିତାଧିକାରୀ ବାଦ ପଡିଲେ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ସରକାରୀ ବାବୁଙ୍କ ଦାୟିତ୍ବହୀନତା ଓ ଉଦାସୀନତା ପାଇଁ ସେ ସରକାରୀ ସହାୟତାରୁ ଉକ୍ତ ପରିବାର ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି ।

ଏ ବାବଦରେ ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ପରେ ମୋରଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ କିଛି ସନ୍ତୋଷ ଜନକ ଉତ୍ତର ମଧ୍ୟ ମିଳିପାରିନାହିଁ । ତେବେ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ।ଉକ୍ତ ଅସହାୟ ପରିବାରକୁ ସହାୟତା ଯୋଗାଇ ଦେବାକୁ ପଡୋଶୀ ତଥା ଗ୍ରାମବାସୀ ଦାବି କରିଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.