ETV Bharat / state

ଲଗାଣ ବର୍ଷା, 50ରୁ ଉର୍ଦ୍ଧ୍ବ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ

author img

By

Published : Aug 26, 2020, 12:23 PM IST

ଲଗାଣ ବର୍ଷା, 50ରୁ ଉର୍ଦ୍ଧ୍ବ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ
ଲଗାଣ ବର୍ଷା, 50ରୁ ଉର୍ଦ୍ଧ୍ବ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ

ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା। 50ରୁ ଉର୍ଦ୍ଧ୍ବ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ । ଅଧିକ ପଢନ୍ତୁ...

ରାଇରଙ୍ଗପୁର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ରାଇରଙ୍ଗପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଲଗାଣ ବର୍ଷା, 50ରୁ ଉର୍ଦ୍ଧ୍ବ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ

ଲଗାଣ ବର୍ଷା କାରଣରୁ ବାଙ୍କୋବଳ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ କରାଯାଇଛି । ଫଳରେ ଆଜି ବଡାମତଳିଆ ଗ୍ରାମ ନିକଟସ୍ଥ ବାଙ୍କୋବଳ ନଦୀ ପୋଲ ଓ ବାଙ୍କି ଗ୍ରାମ ନିକଟସ୍ଥ ବାଙ୍କୋବଳ ନଦୀ ପୋଲ ବୁଡି ଯାଇଛି ।

ବିଜାତଳା ବ୍ଲକ ଅନ୍ତର୍ଗତ ମୁଣ୍ଡାଠାକୁରା ଗ୍ରାମପଞ୍ଚାୟତ, ବିଜାତଳା ଗ୍ରାମପଞ୍ଚାୟତ, ବଣକାଟି ଗ୍ରାମପଞ୍ଚାୟତ ଓ ରାଇହରି ଗ୍ରାମପଞ୍ଚାୟତର ପାଖାପାଖି 50ରୁ ଉର୍ଦ୍ଧ୍ବ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ସେପଟେ ପ୍ରବଳ ବର୍ଷା ଯୋଗୁଁ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ଏକପ୍ରକାର ବନ୍ଦ ରହିଛି। ଜଳବନ୍ଦୀ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ପୋଲର ଦୁଇପଟେ ମୋଟର ଗାଡି ସବୁ ଛିଡା ହୋଇଥିବା ଦେଖିବାକୁ ମିଳିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.