ETV Bharat / state

ମୟୂରଭଞ୍ଜ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ, 2 ଗିରଫ

author img

By

Published : Jul 5, 2021, 11:01 PM IST

ମୟୂରଭଞ୍ଜ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ,2ଗିରଫ
ମୟୂରଭଞ୍ଜ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ,2ଗିରଫ

ମୟୂରଭଞ୍ଜ ଜିଲ୍ଲାରେ ଜଣେ ଆଦିବାସୀ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ଏତଲା ପରେ ଗିରଫ ହେଲେ ଦୁଇ ଜଣ । ଅଧିକ ପଢନ୍ତୁ....

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ୟା । ମୋରଡ଼ା ଥାନା ଉଲିଡିହି ଗାଁ ନିକଟରେ ଜଣେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ପରେ ଗୋଡ ହାତ ବାନ୍ଧି ଫିଙ୍ଗି ଦିଆଯାଇଥିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ରାଇବଣିଆ ପୋଲିସ ।

ମୟୂରଭଞ୍ଜ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ,2ଗିରଫ

ତେବେ ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳର ଜନୈକା ଆଦିବାସୀ ବିଧବା ମହିଳାଙ୍କ ସହ ବୈଶିଙ୍ଗା ଥାନା ହେମପୁରା ଗ୍ରାମର ଡାକ୍ତର ମହାନ୍ତ ନାମକ ଜଣେ ଯୁବକଙ୍କ ସହ ଦୀର୍ଘ ଦୁଇ ବର୍ଷ ହେବ ଶାରୀରିକ ସମ୍ପର୍କ ରଖିଆସୁଥିଲେ । ତେବେ ଡାକ୍ତର ଏହାର ସୁଯୋଗ ନେଇ ମହିଳାଙ୍କୁ ଗତ ଜୁଲାଇ 3 ତାରିଖ ଦିନ ବାରିପଦାକୁ ବୁଲାଇ ନେବା ବାହାନା କରି ନେଇ ଆସିଥିଲା । ଅଭିଯୁକ୍ତ ସହ ତା ସାଙ୍ଗ ସେହି ବୈଶିଙ୍ଗା ଥାନା ଗଡଗଡ଼ିଆ ଗାଁର ଛୁଟୁ ମହାନ୍ତ ଆଦିବାସୀ ବିଧବା ମହିଳାଙ୍କୁ ଚିତ୍ରଡା- ବାରିପଦା ରାସ୍ତାର ଉଲିଡ଼ିହି ନିକଟରେ ଥିବା ପଡିଆରେ ଦୁଷ୍କର୍ମ କରିଥିଲେ । ମହିଳା ଜଣଙ୍କ ପ୍ରତିବାଦ କରିବାରୁ ଏକ ଦଉଡି ସାହାଯ୍ୟରେ ଗୋଡ଼ ହାତ ବାନ୍ଧି ଫିଙ୍ଗି ଦେଇ ସେଠାରୁ ପଳାଇଥିଲେ ।

ତେଣେ ମହିଳା ଜଣଙ୍କ ରାତିତମାମ ପଡ଼ିଆରେ ମୁର୍ମୁଷୁ ଅବସ୍ଥାରେ ପଡିରହିବା ପରେ ଚେତା ଫେରିପାଇଥିଲେ । ପରେ ଏସଂକ୍ରାନ୍ତରେ ଥାନାରେ ଏତଲା ମଧ୍ୟ ଦେଇଥିଲେ । ମୋରଡ଼ା ପୋଲିସ ଅଭିଯୋଗ ପାଇବା ପରେ ତୁରନ୍ତ ଘଟଣାର ତଦନ୍ତ କରି ସୋମବାର ଦିନ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ତେବେ ଉଭୟ ଅଭିଯୁକ୍ତଙ୍କ ଆଜି ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯାଇଛି ପୋଲିସ କହିଛି । ଏ ନେଇ ମୋରଡ଼ା ଥାନାରେ ୧୪୪/୨୧ ରେ ଏକ ଗଣ ଦୁଷ୍କର୍ମ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରଖିଛି ମୋରଡ଼ା ପୋଲିସ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.