ETV Bharat / state

ଅଗ୍ନିକାଣ୍ଡରେ ଜଳିଗଲା ୮ ଦୋକାନ

author img

By

Published : Dec 8, 2022, 9:00 PM IST

ଅଗ୍ନିକାଣ୍ଡରେ ଜଳିଗଲା ୮ ଦୋକାନ
ଅଗ୍ନିକାଣ୍ଡରେ ଜଳିଗଲା ୮ ଦୋକାନ

ବାରିପଦା ସ୍ଥିତ ସରକାରୀ ବସଷ୍ଟାଣ୍ଡ ନିକଟରେ ଭୟାବହ ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ୮ଟି ଦୋକାନ ଘର ଜଳି ପାଉଁଶ ହୋଇଯାଇଛି । ଅଧିକ ପଢ଼ନ୍ତୁ

ବାରିପଦା : ବାରିପଦାସ୍ଥିତ ସରକାରୀ ବସଷ୍ଟାଣ୍ଡ ନିକଟରେ ଭୟାବହ ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ୮ଟି ଦୋକାନ ଘର ଜଳି ପାଉଁଶ ହୋଇଯାଇଛି । ସୂଚନା ଅନୁଯାୟୀ, ସରକାରୀ ବସଷ୍ଟାଣ୍ଡ ସ୍ଥିତ ମୁଖ୍ୟ ଡାକଘର ନିକଟରେ ଥିବା ଦୋକାନରେ କୋଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡ ରାତି ସମୟରେ ଘଟିଥିଲା । ତେବେ ଦୋକାନରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ । ଏନେଇ ତୁରନ୍ତ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ ।

ଅଗ୍ନିକାଣ୍ଡରେ ଜଳିଗଲା ୮ ଦୋକାନ

ଖବରପାଇ ବାରିପଦା ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଭୟାବହ ଅଗ୍ନିକାଣ୍ଡରେ ନିଆଁ ଏତେ ପ୍ରଖରରେ ବ୍ୟାପିଥିଲା ଯେ ୮ ଗୋଟି ଦୋକାନ ଯଥା ବ୍ୟାଗ୍ ଦୋକାନ, ଡ୍ରେସ୍ ଦୋକାନ ଏବଂ ଗୋଟିଏ ହୋଟେଲ ସମ୍ପୂର୍ଣ୍ଣ ଭାବେ ଭସ୍ମୀଭୂତ ହୋଇଯାଇଛି । ତେବେ ଏହି ବଡ଼ଧରଣର ଅଘଟଣରୁ ସମସ୍ତେ ବର୍ତ୍ତି ଯାଇଛନ୍ତି । ଉକ୍ତ ଦୋକାନ ନିକଟରେ ପେଟ୍ରୋଲ ପମ୍ପ ରହିଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ନେଇ ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ନାଥ ଦେ ସୂଚନା ଦେଇଛନ୍ତି । ଅଗ୍ନିକାଣ୍ଡରେ ଜନସାଧାରଣଙ୍କ କିଛି କ୍ଷତି ହୋଇ ନଥିବା ବେଳେ ଦୋକାନୀଙ୍କ ଅନେକ ମୂଲ୍ୟର ଜିନିଷପତ୍ର ନଷ୍ଟ ହୋଇଥିବା ନେଇ ସୂଚନା ମିଳିଛି ।

ଇଟିଭି ଭାରତ, ମୟୁରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.