ETV Bharat / state

ଜଙ୍ଗଲ ଛାଡି ଗାଁ ମୁହାଁ ହାତୀପଲ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

author img

By

Published : Aug 3, 2019, 11:30 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ମୟୂରଭଞ୍ଜ ଜିଲ୍ଲା ଝୁମୁକକାପାଳ ଗ୍ରାମରେ ହାତୀ ଆତଙ୍କ। ଶୁକ୍ରବାର ରାତିରେ 22ଟି ହାତୀପଲ ଜଙ୍ଗଲ ଛାଡି ଜନବସତି ମୁହାଁ ହୋଇଛନ୍ତି । ବନବିଭାଗ ମଧ୍ୟ ହାତୀପଲକୁ ଘଉଡାଇବାରେ ବିଫଳ ହୋଇଛି ।

ରାଇରଙ୍ଗପୁର: ଜଙ୍ଗଲ ଛାଡି ପୁଣି ଜନବସତି ମୁହାଁ ହାତୀ ପଲ । ଏନେଇ ନେଇ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ରରୁଆଁ ବ୍ଲକ ଝୁମୁକକାପାଳ ଗ୍ରାମରେ ହାତୀ ଆତଙ୍କ ଖେଳିଯାଇଛି । 22ଟି ହାତୀ ଗାଁ ମୁହାଁ ହୋଇ 6ଟି ଘର ଭାଙ୍ଗିବା ସହ ଧାନ ଚାଉଳ ନଷ୍ଟ କରି ଦେଇଛନ୍ତି।

ସେପଟେ ବନ ବିଭାଗ ମଧ୍ୟ ହାତୀପଲକୁ ଘଉଡାଇବାରେ ବିଫଳ ହୋଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଉଠିଛନ୍ତି। ଗତ ଶୁକ୍ରବାର ଯାମୁନ୍ତି ଗ୍ରାମ୍ୟ ଜଙ୍ଗଲରୁ ଆସି ଝୁମୁକାପାଳ ଗ୍ରାମରେ ପଶି ତାଣ୍ଡବ ମଚାଇଥିଲେ 22 ହାତୀ । ବନବିଭାଗର ଅପାରଗତା ଯୋଗୁଁ ହାତୀପଲ ବସ୍ତିରେ ପଶି 3 ଦିନ ମଧ୍ୟରେ 16ରୁ ଅଧିକ ଘର ଭାଙ୍ଗିବା ସହିତ ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଯଦି ଆଗାମୀ ଦିନରେ ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ବ୍ୟବସ୍ଥା ଠିକ୍‌ ଭାବରେ କରାନଯାଏ, ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକ କହିଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର( ମୟୁରଭଞ୍ଜ): - ପୁଣି ଲେଉଟିଲେ ୨୨ହାତୀ, ୬ ଟିଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇଗଲେ ଲୋକେ ଆତଙ୍କିତ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ରରୁଆଁ ବ୍ଲକ ଝୁମୁକକାପାଳ ଗ୍ରାମରେ ହାତୀ ଆତଙ୍କ , ୬ ରୁ ଉର୍ଦ୍ଧ୍ବ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇବା ସହିତ ଧାନ ଫସଲ ନଷ୍ଟ କଲେ ହାତୀ ପଲ । ହାତୀ ପଲରେ 22 ଟି ହାତୀ ରହିଥିବା ବେଳେ ବନବିଭାଗର ହାତୀ ଘଉଡେଇ ବାରେ ବିଫଳତା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ହାତୀ ପଲ ଗତକାଲି ଯାମୁନ୍ତି ଗ୍ରାମ୍ୟ ଜଙ୍ଗଲରୁ ଆସି ଝୁମୁକାପାଳ ଗ୍ରାମରେ ପଶି ତାଣ୍ଡବ ମୋଚାଇ ଥିଲେ , ତେବେ ବନବିଭାଗର ଅପାରଗତା ଯୋଗୁଁ ବସ୍ତିରେ ପୋଷି ତିନି ଦିନରେ ୧୬ ରୁ ଅଧିକ ଘରଭାଙ୍ଗିବା ଘର ଭାଙ୍ଗିବା ସହିତ ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ କରିଛନ୍ତି।ତେବେ ବନ ବିଭାଗ ପକ୍ଷରୁ ହାତୀ ଘଉଡେଇବା ପାଇଁ ସବୁ ପ୍ରକାର ଚେଷ୍ଟା ବିଫଳ ହଇ ଥିବା ବେଳେ ଆଗାମୀ ଦିନରେ ଯଦି ହାତୀ ଘଉଡେଇବା ବେବସ୍ଥା ଠିକସେ କରାନଯାଏ ତେବେ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.