ETV Bharat / state

ଚିକିତ୍ସାଧୀନ ଅବସ୍ଥାରେ CRPF ଯବାନଙ୍କ ମୃତ୍ୟୁ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ ସମ୍ପନ୍ନ

author img

By

Published : Aug 5, 2021, 4:15 PM IST

ଚିକିତ୍ସାଧୀନ ଅବସ୍ଥାରେ CRPF ଯବାନଙ୍କ ମୃତ୍ୟୁ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଶେଷକୃତ
ଚିକିତ୍ସାଧୀନ ଅବସ୍ଥାରେ CRPF ଯବାନଙ୍କ ମୃତ୍ୟୁ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଶେଷକୃତ

ଚିକିତ୍ସାଧୀନ ଅବସ୍ଥାରେ CRPF ଯବାନଙ୍କ ମୃତ୍ୟୁ ହୋଇଛି । କର୍ତ୍ତବ୍ୟରତ ଥିବାବେଳେ ହୋଇଥିଲେ ଅସୁସ୍ଥ । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେଲା ଅନ୍ତିମ ସଂସ୍କାର । ଅଧିକ ପଢନ୍ତୁ...

ରାଇରଙ୍ଗପୁର: ଚିକିତ୍ସାଧୀନ ଅବସ୍ଥାରେ CRPF ଯବାନଙ୍କ ମୃତ୍ୟୁ ହୋଇଛି । ମୃତ ଯବାନ ଜଣଙ୍କ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଦୁବୁଲାବେଡା ଗ୍ରାମର ଲଳିତ ମହାନ୍ତ ବୋଲି ଜଣାପଡିଛି। ୨୦୦୪ ମସିହାରୁ CRPFରେ ଯୋଗ ଦେଇଥିବା ଲଳିତ ରାୟଗଡ଼ାରେ କାର୍ଯ୍ୟରତ ଥିଲେ । କର୍ତ୍ତବ୍ୟରତ ସମୟରେ ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ତାଙ୍କୁ ହସ୍ସିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି ।

ଚିକିତ୍ସାଧୀନ ଅବସ୍ଥାରେ CRPF ଯବାନଙ୍କ ମୃତ୍ୟୁ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଶେଷକୃତ

ତେବେ ଗତକାଲି ରାତିରେ ତାଙ୍କ ମୃତଦେହ ଦୁବୁଲାବେଡା ଗାଁକୁ ଆଣାଯିବା ସହ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ ସମ୍ପନ୍ନ ହୋଇଛି । ଲଳିତଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.