ETV Bharat / state

ବିନା ସାଜସଜାରେ ଚାଲିଛି ବିବାହ, ମଣ୍ଡପ ମାଲିକଙ୍କ ପକେଟକୁ କୋରୋନା ଛାଟ

author img

By

Published : Jun 26, 2020, 7:07 PM IST

Corona has a livelihood, Tent and wedding pavilion traders sitting handcuffed
କୋରୋନା ନେଇଛି ଜୀବିକା, ହାତବାନ୍ଧି ବସିଛନ୍ତି ଟେଣ୍ଟ ଓ ବିବାହ ମଣ୍ଡପ ବ୍ୟବସାୟୀ

ମହାମାରୀ କୋରୋନା ସଂକ୍ରମଣକୁ ରୋକିବାକୁ ଦେଶବ୍ୟାପୀ ଦୀର୍ଘ ଅଢେଇ ମାସରୁ ଊର୍ଦ୍ଧ୍ବ ସମୟ ଧରି ଜାରି ରହିଥିଲା ଲକଡାଉନ । ବର୍ତ୍ତମାନ ଅନେକ କ୍ଷେତ୍ରରେ ଲକଡାଉନକୁ କୋହଳ କରାଯାଇଛି । ଅନଲକ 1.0ରେ ଖୋଲିଛି ଦୋକାନ ବଜାର । ହେଲେ ଏବେ ବି ନିଜ ବେପାରକୁ ଫେରିପାରିନାହାନ୍ତି ଟେଣ୍ଟ ଓ ବିବାହ ମଣ୍ଡପ ବ୍ୟବସାୟୀ । ଅଧିକ ପଢନ୍ତୁ...

ବାରିପଦା: ମହାମାରୀ କୋରୋନାର ତାଣ୍ଡବରେ ଘାଇଲା ଆଜି ସାରା ବିଶ୍ବ । ଏହି ସଂକ୍ରମଣକୁ ରୋକିବାକୁ ଦୀର୍ଘ ଅଢେଇ ମାସରୁ ଊର୍ଦ୍ଧ୍ବ ସମୟ ଧରି ଜାରି ରହିଥିଲା ଲକଡାଉନ । ବର୍ତ୍ତମାନ ଅନେକ କ୍ଷେତ୍ରରେ ଲକଡାଉନକୁ କୋହଳ କରାଯାଇଛି । ଅନଲକ 1.0ରେ ଖୋଲିଛି ଦୋକାନ ବଜାର । ହେଲେ ଏବେ ବି ନିଜ ବେପାରକୁ ଫେରିପାରିନାହାନ୍ତି ଟେଣ୍ଟ ଓ ବିବାହ ମଣ୍ଡପ ବ୍ୟବସାୟୀ । କାରଣ ବାହାଘର, ବ୍ରତ, ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଭାସମିତିରେ ଲାଗିଛି କଟକଣା । ଯାହା ଟେଣ୍ଟ ହାଉସ ଓ ବିବାହ ମଣ୍ଡପ ମାଲିକଙ୍କୁ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରି ଦେଇଛି । ଏପରିକି ଏହି ବ୍ୟବସାୟରେ କାମ କରୁଥିବା ହଜାର ହଜାର ଶ୍ରମିକଙ୍କ ଭବିଷ୍ୟତ ମଧ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ।

କୋରୋନା ନେଇଛି ଜୀବିକା, ହାତବାନ୍ଧି ବସିଛନ୍ତି ଟେଣ୍ଟ ଓ ବିବାହ ମଣ୍ଡପ ବ୍ୟବସାୟୀ

ଏମିତି କିଛି ଟେଣ୍ଟ ହାଉସ ଓ ବିବାହ ମଣ୍ଡପ ମାଲିକଙ୍କ ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି ବାରିପଦା ସହରରେ । ଏଠାର ମୋଟ ୨୫ ରୁ ଊର୍ଦ୍ଧ୍ବ ଵିଵାହ ମଣ୍ଡପ ଖାଲି ପଡିଥୁବା ବେଳେ ମାଲିକମାନେ ବିବାହ ସିଜିନରେ ହାତବାନ୍ଧି ବସିଛନ୍ତି । ଅନ୍ୟପଟେ ଟେଣ୍ଟ ହାଉସରେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିବା କର୍ମଚାରୀମାନେ କାମଧନ୍ଦା ନପାଇ ଚିନ୍ତାରେ ରହୁଥିବା ବେଳେ ସରକାରଙ୍କୁ ଆର୍ଥିକ ସହାୟତା ପାଇଁ ଦାବି କରିଛନ୍ତି ।

ସେହିପରି ମୟୂରଭଞ୍ଜ ଜିଲ୍ଲା ଟେଣ୍ଟ ହାଉସ ସଂଘରେ ବାରିପଦା, ରାଇରଙ୍ଗପୁର, ଉଦଳା ଓ କରଞ୍ଜିଆ ଉପଖଣ୍ଡରେ ମୋଟ ୬୯୨ଟି ଟେଣ୍ଟ ହାଉସ ପଞ୍ଜୀକୃତ ଥିବାବେଳେ ସେଥିମଧ୍ୟରୁ ୩୪ଟି ଟେଣ୍ଟ ହାଉସ ବାରିପଦା ସହରରେ ରହିଛି । ଏସବୁ ଟେଣ୍ଟ ହାଉସ ମାଲିକ ମାନେ ଏବେ ଦୁର୍ଦ୍ଦିନରେ ଥିବା ବେଳେ ଏଠାରେ କାମ କରୁଥିବା ହଜାର ହଜାର କର୍ମଚାରୀ କାମଧନ୍ଦା ନପାଇ ହାତବାନ୍ଧି ବସିଛନ୍ତି ।

ଅନ୍ୟପକ୍ଷରେ ବିବାହ, ବ୍ରତଘର ପାଇଁ ଅଗ୍ରୀମ ଟଙ୍କା ଫେରସ୍ତ କରୁଛନ୍ତି ଟେଣ୍ଟ ମାଲିକ ମାନେ । ସେପଟେ କୋରୋନା ଯୋଗୁଁ ସରକାର ବିବାହ କିମ୍ବା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୫୦ ଜଣଙ୍କୁ ନେଇ ବିଭିନ୍ନ କାର୍ଯ୍ୟ କରିବାକୁ ଅନୁମତି ଦେଇଥିବା ବେଳେ ୩୦୦ ଲୋକର ଅନମୁତି ଦେବାକୁ ଟେଣ୍ଟ ଓ ବିବାହ ମଣ୍ଡପର ବେପାର ପୁନଶ୍ଟ ସ୍ବଚ୍ଛଳ ହୋଇପାରିବ ବୋଲି ମୟୂରଭଞ୍ଜ ଟେଣ୍ଟ ହାଉସ ମାଲିକ ସଂଘର ସଭାପତି ଓ ସମ୍ପାଦକ କୁହନ୍ତି ।

ଦେଶ ତଥା ରାଜ୍ୟରୁ କେବେ କୋରୋନା ସ୍ଥିତିରେ ସୁଧାର ଆସିବ ଏବଂ ପୁଣି ଥରେ ଟେଣ୍ଟ ହାଉସ ଏବଂ ବିବାହ ମଣ୍ଡବ ଚମକିବ ତାହାରି ଅପେକ୍ଷାରେ ସଭିଏଁ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.