ETV Bharat / state

ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମୟୂରଭଞ୍ଜ ଗସ୍ତ

author img

By

Published : Dec 11, 2022, 7:43 AM IST

ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମୟୂରଭଞ୍ଜ ଗସ୍ତ
ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମୟୂରଭଞ୍ଜ ଗସ୍ତ

ମୟୂରଭଞ୍ଜ ଗସ୍ତରେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ସିଇଓ ପରମେଶ୍ବର ଆୟାର (Chief Executive Officer of NITI Aayog) । ଯଶିପୁର ଗସ୍ତରେ ଆସି 5T କାମ ହୋଇଥିବା ମାହାର୍ଦାପଳସା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ପରେ ଦୂର୍ଦୁରା ପଞ୍ଚାୟତ ଅଧିନସ୍ଥ ଜନଜାତି ମାଙ୍କିଡିଆ ସାହିକୁ ଯାଇ ସେଠାରେ ମାଙ୍କିଡ଼ିଆ ଜନଜାତିର ଲୋକଙ୍କ ଅବସ୍ଥା ଅନୁଧ୍ୟାନ କରିଥିଲେ । ଅଧିକ ପଡ଼ନ୍ତୁ

ରାଇରଙ୍ଗପୁର: ମୟୂରଭଞ୍ଜ ଗସ୍ତରେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ସିଇଓ ପରମେଶ୍ବର ଆୟାର (Chief Executive Officer of NITI Aayog) । ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଗସ୍ତରେ ଆସି 5T କାମ ହୋଇଥିବା ମାହାର୍ଦାପଳସା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ ନୀତି ଆୟୋଗ ସିଇଓ । ପରେ ସେଠାରୁ ଦୂର୍ଦୁରା ପଞ୍ଚାୟତ ଅଧିନସ୍ଥ ଜନଜାତି ମାଙ୍କିଡିଆ ସାହିକୁ ଯାଇ ସେଠାରେ ବସ୍ତି ବାସିନ୍ଦାଙ୍କ ଅବସ୍ଥା ଅନୁଧ୍ୟାନ କରିଥିଲେ ।

କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଥିଲେ ମଧ୍ୟ ମାଙ୍କିଡିଆ ଜନଜାତିର ଲୋକଙ୍କ ଆଖି ଦୃଶିଆ ଉନ୍ନତି ହୋଇ ପାରିନାହିଁ । ଦୀର୍ଘ ବର୍ଷରୁ ଲୋକେ ଭଙ୍ଗା ଦଦରା ଘରେ ରହୁଥିବାର ଦେଖିବାକୁ ମିଳିଛି । ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି ମାଙ୍କିଡିଆ ଜନଜାତିର ଲୋକେ । ଏଲ୍ଏମ୍, ଅପିଲିପି, ଆଦିବାସୀ ଜନଜାତି ଖଡିଆ ଓ ମାଙ୍କିଡିଆ ଉନ୍ନୟନ ସଂସ୍ଥା ସେମାନଙ୍କ ବିକାଶ ଲାଗି କାର୍ଯ୍ୟ କରୁଥିଲେ ମଧ୍ୟ ସେ ଜନଜାତି ଲୋକେ ଅବହେଳିତ ଅବସ୍ଥାରେ ରହିଛନ୍ତି ।

ତେବେ ଦୂର୍ଦୁରା ମାଙ୍କିଡିଆ ସାହିରେ କେତେକ ଆଦିବାସୀ ମହିଳା ଜଙ୍ଗଲ ଜାତ ଦ୍ରବ୍ୟରୁ ପ୍ରସ୍ତୁତି ସାମଗ୍ରୀର ଷ୍ଟଲ୍, ମାଣ୍ଡିଆରୁ ପ୍ରସ୍ତୁତି ଖାଦ୍ୟ ସାମଗ୍ରୀର ଷ୍ଟଲକୁ ନୀତି ଆୟୋଗ ମୁଖ୍ୟ ଅଧିକାରୀ ବୁଲି ଦେଖିଥିଲେ । ସେମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ । ନୀତି ଆୟୋଗଙ୍କ ଏହି ଗସ୍ତ ସମୟରେ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟର ସଚିବ ଅନିଲ କୁମାର ଝା, ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ପ୍ରମୁଖ ସମେତ ଅନ୍ୟ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.