ETV Bharat / state

ମହିଳା କ୍ୟାସିୟର‌ଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By ETV Bharat Odisha Team

Published : Dec 14, 2023, 3:58 PM IST

ମହିଳା କ୍ୟାସିୟର‌ଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ
ମହିଳା କ୍ୟାସିୟର‌ଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ

Suspicious death of female cashier: ଓଜିବିରେ କାର୍ଯ୍ୟରତ କ୍ୟାସିୟର‌ଙ୍କ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ରାଇରଙ୍ଗପୁର: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଜଣେ ମହିଳା କ୍ୟାସିଅରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରାସ୍ତା କଡ଼ରେ ଥିବା ଏକ ନିଛାଟିଆ ସ୍ଥାନରୁ ମହିଳା କ୍ୟାସିଅରଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ପୋଲିସର ଛାନଭିନ ଜାରି ରହିଛି ।ପାରିପାର୍ଶ୍ୱିକ ସ୍ଥିତିରୁ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ କରଞ୍ଜିଆ ଛକରେ ।

ତେବେ ମୃତ ଯୁବତୀ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ଅଞ୍ଚଳର ସୁରୁ ବୋଦ୍ରା । ମୃତ ଯୁବତୀଙ୍କ ପୈତୃକ ଗ୍ରାମ ବାଦାମପାହାଡରେ ରହିଥିବା ବେଳେ ତାଙ୍କର‌ ବୟସ ୩୫ ବର୍ଷ ଓ ସେ ଅବିବାହିତ ଥିଲେ । ମୟୂରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ସାତପୋଉଟିଆ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ କ୍ୟାସିୟର ଭାବେ କାର୍ଯ୍ୟରତ ଥିଲେ । ଏଥି ସହିତ ସୁରୁ ବୋଦ୍ରା (୩୫) ବାରିପଦା ସହରର ତକତପୁର ଅଞ୍ଚଳରେ ନିଜ ଘର ତିଆରି କରି ସେଠାରେ ନିଜ ପୁତୁରାମାନଙ୍କ ସହିତ ରହୁଥିଲେ ।

ସୂଚନା ଅନୁଯାୟୀ, ବାରିପଦା ସଦର ଥାନା ଅନ୍ତର୍ଗତ କରଞ୍ଜିଆ ଛକ ନିକଟସ୍ଥ ରାସ୍ତା କଡ଼ରେ ସୁରୁ ବୋଦ୍ରା ମୂମୁର୍ଷୂ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ ତାଙ୍କର କିଛି ସହକର୍ମୀ । ତୁରନ୍ତ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାରିପଦା ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଅଣା ଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ବାରିପଦା ସଦର ଥାନା ପୋଲିସକୁ ଖବର ଦିଆ ଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ପଠାଇଥିଲେ ।

ଏହା ମଧ୍ୟ ପଢନ୍ତୁ....ପରକୀୟା ପ୍ରୀତିରୁ ବିଜେଡି ନେତାଙ୍କୁ ହତ୍ୟା, ଜୀବନ ନେଲେ ମହିଳା

ସେପଟେ ମୃତ ସୁରୁ ବୋଦ୍ରାଙ୍କ ପୁତୁରା ସନ୍ଦିପ ବୋଦ୍ରା ପିଉସୀକୁ ହତ୍ୟା କରାଯାଇଥିବା ନେଇ ବାରିପଦା ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏହା ଏକ ଦୁର୍ଘଟଣା କିମ୍ବା ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ବାରିପଦା ସଦର ଥାନା ଅଧିକାରୀ ମଧୁସ୍ମିତା ମହାନ୍ତି ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି । ତେବେ ମୃତକଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସି ପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.