ETV Bharat / state

ଶ୍ୟାମାଖୁଣ୍ଟା ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣା, ଥାନା ସମ୍ମୁଖରେ ବିଜେପିର ଧାରଣା

author img

By

Published : Jun 9, 2021, 7:50 PM IST

ଶ୍ୟାମାଖୁଣ୍ଟା ବି.ଡି.ଓଙ୍କୁ ଦୁର୍ବ୍ୟବହାରା ଘଟଣା, ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଥାନା ସମ୍ମୁଖରେ ବିଜେପିର ଧାରଣା
ଶ୍ୟାମାଖୁଣ୍ଟା ବି.ଡି.ଓଙ୍କୁ ଦୁର୍ବ୍ୟବହାରା ଘଟଣା, ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଥାନା ସମ୍ମୁଖରେ ବିଜେପିର ଧାରଣା

ମୟୂରଭଞ୍ଜ ଶ୍ୟାମାଖୁଣ୍ଟା ବି.ଡି.ଓ ଶ୍ରୀ ଜୟକୃଷ୍ଣ ପାତ୍ରଙ୍କୁ ବିଜେଡି କର୍ମୀଙ୍କ ଦୁର୍ବ୍ୟବହାର ଘଟଣା । ଅଭିଯୁକ୍ତଙ୍କୁ ପୋଲିସ ଘଣ୍ଟ ଘୋଡାଉଥିବା ଅଭିଯୋଗ ଆଣି ଥାନା ସମ୍ମୁଖରେ ଧାରଣା ଦେଲା ବିଜେପି । ଅଧିକ ପଢନ୍ତୁ...

ବାରିପଦା: ମୟୂରଭଞ୍ଜ ଶ୍ୟାମାଖୁଣ୍ଟା ବି.ଡି.ଓ ଶ୍ରୀ ଜୟକୃଷ୍ଣ ପାତ୍ରଙ୍କୁ ବିଜେଡି କର୍ମୀମାନେ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲେ । କିନ୍ତୁ ଅଭିଯୋଗ ପରେ ମଧ୍ୟ ପୋଲିସ ଦୋଷୀଙ୍କୁ ଗିରଫ କରିନଥିବା ଅଭିଯୋଗ ହୋଇଛି । ଦୋଷୀଙ୍କୁ ଗିରଫ ଦାବିରେ ବିଜେପି ପକ୍ଷରୁ ସଦର ଥାନା ଘେରାଉ କରାଯାଇଛି ।

ଶ୍ୟାମାଖୁଣ୍ଟା ବି.ଡି.ଓଙ୍କୁ ଦୁର୍ବ୍ୟବହାରା ଘଟଣା, ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଥାନା ସମ୍ମୁଖରେ ବିଜେପିର ଧାରଣା

ଘଟଣା ଅନୁସାରେ ଗତ ଜୁନ ୩ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ଶ୍ୟାମଖୁଣ୍ଟା ବ୍ଲକ ଉନ୍ନୟନ ଅଧିକାରୀ(ବିଡିଓ) ଜୟକୃଷ୍ଣ ପାତ୍ରଙ୍କୁ ବିଲ ଦସ୍ତଖତ ପାଇଁ ଜବରଦସ୍ତ ବାଧ୍ୟ କରିଥିଲେ କିଛି ବିଜେଡି କର୍ମୀ । ବିଡିଓ ବିଜୁ ଜନତା ଦଳର କର୍ମୀଙ୍କ ଆକ୍ରମଣରେ ଶିକାର ହୋଇଥିଲେ ଓ କର୍ମୀମାନେ କାର୍ଯ୍ୟାଳୟର ଆସବାବପତ୍ର ଭଙ୍ଗାରୁଜା କରିବା ଓ ଧମକପୂର୍ଣ୍ଣ ଚେତବନୀ ମଧ୍ୟ ଦେଇଥିଲେ । ତେବେ ଏ ନେଇ ଜୁନ ୫ ତାରିଖ ଦିନ ବିଡିଓ ବାରିପଦା ସଦର ଥାନାରେ 5 ଜଣଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ । ତେବେ ପୋଲିସ ଘଟଣାରେ ଏ ପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ ।

ତେବେ ବିଜେପି ଜିଲ୍ଲା ସଭାପତିଙ୍କ ଅଭିଯୋଗ ଅନୁଯାୟୀ ବିଜେଡିର ଟାଣୁଆ ନେତା ତଥା ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସମର୍ଥକମାନେ ବିଡିଓଙ୍କୁ ଧମକ ଦେଇ ବିଭିନ୍ନ କାର୍ଯ୍ୟର ବିଲ କରାଇବା ପାଇଁ ବାଧ୍ୟ କରିଛନ୍ତି ଓ ପୋଲିସ ମଧ୍ୟ ଶାସକ ଦଳର କର୍ମୀ ହୋଇଥିବା ଯୋଗୁଁ ଏ ଯାଏଁ ଗିରଫ କରିନାହିଁ । ବିଡିଓଙ୍କୁ ଦୁର୍ବ୍ୟବହାର କରିଥିବା ବିଜେଡି କର୍ମୀଙ୍କୁ ତୁରନ୍ତ ଗିରଫ ଦାବିରେ ବୁଧବାର ମୟୂରଭଞ୍ଜ ବିଜେପି ପକ୍ଷରୁ ବାରିପଦା ସଦର ଥାନା ସମ୍ମୁଖରେ ଧାରଣା ଦିଆଯାଇଥିଲା । ତେବେ ବାରିପଦା ଏସଡିପିଓ କେ କେ ହରିପ୍ରସାଦ କହିଛନ୍ତି ସଦର ଥାନାରେ ବିଡିଓଙ୍କୁ ଆକ୍ରମଣ ନେଇ ୫ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି । ତେବେ ଘଟଣାର ତଦନ୍ତ ଜାରି ରହିଛି, ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବା ନେଇ କହିଛନ୍ତି ଏସଡିପିଓ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.