ETV Bharat / state

ସାତକୋଶିଆ ରେଞ୍ଜରେ ଭାଲୁ ଆତଙ୍କ

author img

By

Published : Jul 10, 2022, 4:05 PM IST

ସାତକୋଶିଆ ରେଞ୍ଜରେ ଭାଲୁ ଆତଙ୍କ
ସାତକୋଶିଆ ରେଞ୍ଜରେ ଭାଲୁ ଆତଙ୍କ

କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅଞ୍ଚଳରେ ଭାଲୁର ଦୌରାତ୍ମ୍ୟ । ଭାଲୁର ଦୌରାତ୍ମ୍ୟକୁ ନେଇ ଗାଁରେ ଆତଙ୍କ ଖେଳିଯାଇଛି । ଅଧିକ ପଢ଼ନ୍ତୁ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅଞ୍ଚଳରେ ଥମୁନି ଭାଲୁ ଆତଙ୍କ । ଆଜି ସକାଳେ ଜାମନଣ୍ଡା ଗାଁରେ ଚାଷ କାମ କରିବାକୁ ଯାଇଥିବା ବେଳେ ଜଳଧର ପ୍ରଧାନ ଭାଲୁ ହାବୁଡ଼ରେ ପଡିଯାଇଥିଲେ । ଭାଲୁ ଆକ୍ରମଣରେ ଜଳଧରଙ୍କ ବେକ ଏବଂ ବାମ ହାତରେ ଗଭୀର ଆଘାତ ଲାଗିଛି ।

ସାତକୋଶିଆ ରେଞ୍ଜରେ ଭାଲୁ ଆତଙ୍କ

ଗୁରୁତର ଅବସ୍ଥାରେ ପ୍ରଥମେ ସାତକୋଶିଆ ହସ୍ପିଟାଲ ଓ ପରେ ଠାକୁରମୁଣ୍ଡା ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ସାତକୋଶିଆ ରେଞ୍ଜରେ ପୃଥକ ପୃଥକ ସ୍ଥାନରେ ୧୪ଘଣ୍ଟା ମଧ୍ୟରେ ଦୁଇ ଜଣଙ୍କୁ ଭାଲୁ ଆକ୍ରମଣ କରିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନସାଧାରଣ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.