ETV Bharat / state

ହାତୀ କବଳରୁ ବର୍ତ୍ତିଗଲେ ମହିଳା, ରକ୍ଷା କରିଦେଲା ଶାଢୀ

author img

By

Published : Apr 24, 2022, 6:10 PM IST

ହାତୀ କବଳରୁ ବର୍ତ୍ତିଗଲେ ମହିଳା, ରକ୍ଷା କରିଦେଲା ଶାଢୀ
ହାତୀ କବଳରୁ ବର୍ତ୍ତିଗଲେ ମହିଳା, ରକ୍ଷା କରିଦେଲା ଶାଢୀ ହାତୀ କବଳରୁ ବର୍ତ୍ତିଗଲେ ମହିଳା, ରକ୍ଷା କରିଦେଲା ଶାଢୀ

ଆଶ୍ଚର୍ଯ୍ୟଜନକ ଭାବେ ହାତୀ କବଳରୁ ବର୍ତ୍ତିଲେ ମହିଳା । ଶୁଣ୍ଢରେ କଚାଡି ମାରିବା ସମୟରେ ରକ୍ଷା କଲା ମହିଳାଙ୍କ ଶାଢୀ । ଅଧିକ ପଢନ୍ତୁ

ରାଇରଙ୍ଗପୁର: ଆଶ୍ଚର୍ଯ୍ୟଜନକ ଭାବେ ହାତୀ କବଳରୁ ବର୍ତ୍ତିଲେ ମହିଳା । ହାତୀ ଶୁଣ୍ଢରେ କଚାଡି ମାରିବା ସମୟରେ ରକ୍ଷା କରିଦେଇଛି ମହିଳାଙ୍କ ଶାଢୀ । ମହିଳାଙ୍କ ଶାଢୀ ହାତୀ ଶୁଣ୍ଢରେ ଗୁଡାଇ ହୋଇଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସମ୍ପୃକ୍ତ ମହିଳା । ମାତ୍ର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ।

ହାତୀ କବଳରୁ ବର୍ତ୍ତିଗଲେ ମହିଳା, ରକ୍ଷା କରିଦେଲା ଶାଢୀ

ସୂଚନା ଅନୁଯାୟୀ, ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ସରଗଡା ପଞ୍ଚାୟତର ଦଳେଇଡିହି ଗ୍ରାମର ପାନ ସର୍ଦ୍ଦାର(୪୮) ଆଜି(ରବିବାର) ଦିନବେଳେ ଗାଁ ପାଖ କାଣାପାଟ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିଲେ । ଏହି ସମୟରେ ହଠାତ୍ ଏକ ଦନ୍ତାହାତୀ ଆସି ପାନଙ୍କ ହାତକୁ ଶୁଣ୍ଢରେ ଧରି ଘୋଷାଡି ଥିବା ସମୟରେ ଶାଢ଼ୀଟି ହାତୀର ଶୁଣ୍ଢରେ ଗୁଡ଼ାଇ ହୋଇଯାଇଥିଲା । ଫଳରେ ପାନ ଘୋଷାରି ହୋଇ ତଳେ ଛିଟିକି ପଡ଼ିଯାଇଥିଲେ ।

ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ପକ୍ଷରୁ ମହିଳାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ସରଗଡା ଜଙ୍ଗଲରେ ଗୋଟିଏ ଦନ୍ତା ସମେତ ୫ଟି ହାତୀ ଥିବା ବନବିଭାଗ ସୂଚନା ଦେଇଛି । ହାତୀ ଜନବସତି ମୁହାଁ ହେଉଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସୌଭାଗ୍ୟବଶତଃ ପାନ ରକ୍ଷା ପାଇଯାଇଥିଲେ ମଧ୍ୟ ହାତୀ ଆକ୍ରମଣ ଲୋକଙ୍କୁ ଚିନ୍ତାରେ ପକାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.