ETV Bharat / state

ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଲୋକାର୍ପିତ

author img

By

Published : Jun 2, 2023, 2:22 PM IST

କେନ୍ଦ୍ରମନ୍ତ୍ରୀଙ୍କ ଦ୍ଵାରା ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଲୋକାର୍ପଣ ସହ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତା ଏବଂ ଉପଲବ୍ଧିକୁ ନେଇ ବିଜେପି ପକ୍ଷରୁ ପ୍ରେସ ମିଟ୍ । ଅଧିକ ପଢନ୍ତୁ

ambulance service inaugurated
ambulance service inaugurated

ambulance service inaugurated

ରାଇରଙ୍ଗପୁର: ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହେବା ସହ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତା ଏବଂ ଉପଲବ୍ଧିକୁ ନେଇ ବିଜେପି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀର ଅନୁଷ୍ଠିତ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ଜଗନ୍ନାଥ ମନ୍ଦିର ପରିସରରେ କେନ୍ଦ୍ର ଆଦିବାସୀ କଲ୍ୟାଣ ବ୍ୟାପାର ଓ ଜଳଶକ୍ତି ବିଭାଗର ମନ୍ତ୍ରୀ ବିଶେଶ୍ବର ଟୁଡୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଲୋକାର୍ପଣ କରିଛନ୍ତି ।

ଏହା ପରେ ଜଗନ୍ନାଥ ମନ୍ଦିର ନିକଟସ୍ଥ କୁଡୁମୀ ଭବନ ଠାରେ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତା ଏବଂ ଉପଲବ୍ଧିକୁ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଉକ୍ତ ସାମ୍ବାଦିକ ସମ୍ମିଳନୀ ଜରିଆରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ ବର୍ଷର କାର୍ଯ୍ୟକାଳରେ ଯେଉଁ ଜନହିତକର ଯୋଜନା ସବୁ କାର୍ଯ୍ୟକାରୀ କରିଥିଲେ ଏବଂ ଘରେ ଘରେ ପହଞ୍ଚାଇ ଥିଲେ ସେ ବିଷୟରେ ବଖାଣି ଥିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2014 ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ 9 ବର୍ଷ ଧରି କାର୍ଯ୍ୟକାରୀ କରିଥିବା ବିଭିନ୍ନ ଜନହିତକର ଯୋଜନା ତଥା ପକ୍କା ଘରଠୁ ଆରମ୍ଭ କରି ପିଇବା ପାଣି, ମାଗଣା ରାସନ, କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତି, 370 ଧାରା ଉଚ୍ଛେଦ, ତିନି ତଲାଖ ଉଚ୍ଛେଦ, ସିଏଏ, ଦେଶର ସୁରକ୍ଷା, ଅନ୍ତର୍ଜାତୀୟ ସ୍ତରରେ G20ର ଅଧ୍ୟକ୍ଷତା, ସାରା ବିଶ୍ୱରେ ଭାରତର ପରିଚୟ ତଥା କେନ୍ଦ୍ର ସରକାରଙ୍କ ଜନ ହିତକାରୀ ସମସ୍ତ ଯୋଜନା ସମ୍ବନ୍ଧରେ କେନ୍ଦ୍ରମନ୍ତ୍ରୀ ଟୁଡୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଦାୟିତ୍ବ ନେବା ପରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ପ୍ରଥମ ମୟୂରଭଞ୍ଜ ଗସ୍ତ

ଏହା ମଧ୍ୟ ପଢନ୍ତୁ-ଶିମିଳିପାଳରେ ଗୁଳି ବାଜି ଯୁବକଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ଭେଟିଲେ ଗଣଶିକ୍ଷା ମନ୍ତ୍ରୀ

ଏଥି ସହ ମୟୂରଭଞ୍ଜ ଜିଲ୍ଲା ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ରାଷ୍ଟ୍ରପତି ପଦରେ ଅଳଙ୍କୃତ କରାଇଥିବାରୁ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାସହ ବିଜେପି ସରକାରଙ୍କ ସଫଳତାର ଫର୍ଦ୍ଦ ଲୋକଙ୍କ ଆଗରେ ବଖାଣି ଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ସହିତ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଯଶିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ, ସାରସକଣା ବିଧାୟକ ଡ଼ ବୁଢାନ ମୁର୍ମୁଙ୍କ ସହିତ ବିଜେପି ଦଳର ବରିଷ୍ଠ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.