ETV Bharat / state

ଶିମିଳିପାଳରେ ଗୁଳି ବାଜି ଯୁବକଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ଭେଟିଲେ ଗଣଶିକ୍ଷା ମନ୍ତ୍ରୀ

author img

By

Published : Jun 2, 2023, 12:06 PM IST

ଶିମିଳିପାଳ ଅଭୟାରଣ୍ୟରେ ଗୁଳି ବାଜି ଯୁବକ ମୃତ । ମୃତକଙ୍କ ପରିବାରକୁ ଭେଟିଲେ ଗଣଶିକ୍ଷା ମନ୍ତ୍ରୀ ଅଧିକ ପଢନ୍ତୁ

ଶିମିଳିପାଳରେ ଗୁଳି ବାଜି ଯୁବକଙ୍କ ମୃତ୍ୟୁ
ଶିମିଳିପାଳରେ ଗୁଳି ବାଜି ଯୁବକଙ୍କ ମୃତ୍ୟୁ

ଶିମିଳିପାଳରେ ଗୁଳି ବାଜି ଯୁବକଙ୍କ ମୃତ୍ୟୁ

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟରେ ଗୁଳିମାଡରେ ଯୁବକଙ୍କ ମୃତ୍ୟୁ ଘଟଣା । ବନକର୍ମଚାରୀଙ୍କ ଗୁଳିରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ମୃତ ଯୁବକଙ୍କ ପରିବାର ଲୋକେ । ସେପଟେରେ ମୃତକଙ୍କ ପରିବାରକୁ ଭେଟିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି । ଘଟଣାର ତଦନ୍ତ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ।

ଗତ ବୁଧବାର ଦିନ ଶିମିଳିପାଳ ଅଭୟାରଣ୍ୟର ତାଳବନ୍ଧ ରେଞ୍ଜ ଅଞ୍ଚଳରେ ବନ କର୍ମଚାରୀ କମ୍ବିଂ ଅପରେସନ ଚଳାଇଥିଲେ । ସେଠାରେ କଛି ଶିକାରୀଙ୍କ ସହ ମୁହାଁମୁହିଁ ହେବାରୁ ସେମାନେ ଅତର୍କିତ ଭାବେ ଧନୁ ତୀର ସାହାଯ୍ୟରେ ଆକ୍ରମଣ କରିଥିଲେ ଓ ସେମାନଙ୍କୁ ଘୋଡାଇବାକୁ ଯାଇ ବନବିଭାଗ କର୍ମଚାରୀ ମାନେ ଫାଙ୍କା ଗୁଳି ଚାଳନା କରିଥିଲେ । ତେବେ ଏସବୁ ଭିତରେ ବୁରୁଡିହି ଗ୍ରାମର ଜଗନ୍ନାଥ ହେମ୍ବ୍ରମଙ୍କ ମୃତଦେହ ଗତକାଲି ଉକ୍ତ ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା ।

ତାଙ୍କ ପେଟର ଡାହାଣ ପାର୍ଶ୍ଵରେ ଗୁଳି ବାଜିଥିବା ଦେଖିବାକୁ ମିଳିଛି । ଗତ ବୁଧବାର ଦିନ ସେ ଗାଈଗୋରୁ ଚରାଇବାକୁ ଜଙ୍ଗଲକୁ ଯାଇ ଆଉ ଫେରି ନଥିଲେ ବୋଲି ତାଙ୍କ ପରିବାର ଲୋକେ କରିଛନ୍ତି । ଜଗନ୍ନାଥଙ୍କ ମୃତଦେହକୁ ଉଦ୍ଧାର କରି ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ବନକର୍ମଚାରୀଙ୍କ ଗୁଳିରେ ଯୁବକଙ୍କ ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏନେଇ ଖବର ପାଇ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ବାରିପଦା ପିଆରଏମ ହସ୍ପିଟାଲରେ ପହଞ୍ଚି ଥିଲେ । ସେଠାରେ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହିତ ଏହି ଘଟଣାର ନିରପେକ୍ଷ ତଦନ୍ତ ହେବା ସହିତ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ବାରିପଦା ଠାରେ ମନ୍ତ୍ରୀ ପରିବାର ଲୋକଙ୍କୁ ଭେଟିବା ସମୟରେ ବିଧାୟକ ପ୍ରକାଶ ସୋରେନ ମଧ୍ୟ ଉପସ୍ଥିତ ଥିଲେ । ଏ ସମ୍ପର୍କରେ ବାଙ୍ଗିରିପୋଷି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ତେବେ ବୁରୁଡିହି ଗ୍ରାମର ଜଗନ୍ନାଥ ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ପରିବାର ଲୋକେ କହିଛନ୍ତି ଯେ, ଜଗନ୍ନାଥ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ ତାଙ୍କୁ ଗୁଳି ବାଜିଛି । ଅନ୍ୟପଟେ ଫରେଷ୍ଟ ଗାର୍ଡ ଗୁଳିମାଡ଼ ଘଟଣା ପରେ ଶିମିଳିପାଳ ଅଭୟାରଣ୍ୟକୁ ସିଲ କରାଯାଇ ଥିବା ବନବିଭାଗ ଓ ପୋଲିସ କହୁଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯଦି ଅଭୟାରଣ୍ୟକୁ ସିଲ୍ କରାଯାଇଛି ତେବେ ଶିକାରୀ ମାନେ କିଭଳି ଅଭୟାରଣ୍ୟ ମଧ୍ୟରେ ଅବାଧରେ ପ୍ରବେଶ କରୁଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.