ETV Bharat / state

ମୟୂରଭଞ୍ଜ ଗସ୍ତରେ କୃଷିମନ୍ତ୍ରୀ ଅରୁଣ ସାହୁ

author img

By

Published : Sep 8, 2019, 4:02 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଦିନିକିଆ ମୟୁରଭଞ୍ଜ ଗସ୍ତରେ ଯାଇ ମୟୂରଭଞ୍ଜ ଜିଲ୍ଲାପାଳ ଓ କୃଷି ଉପନିର୍ଦ୍ଦେଶକଙ୍କ ସହ ଚାଷ ସମ୍ବନ୍ଧରେ ଆଲୋଚନା କରିଛନ୍ତି । 5Tକୁ ଅକ୍ଷରେ ଅକ୍ଷରେ ପାଳନ କରାବା ପାଇଁ ଟାର୍ଗେଟ ଦେଇଛନ୍ତି ମନ୍ତ୍ରୀ ।

ବାରିପଦା: ଦିନିକିଆ ଗସ୍ତରେ ମୟୂରଭଞ୍ଜ ଯାଇଥିବା କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ବାରିପଦା ସ୍ଥିତ କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପହଞ୍ଚି ସମୀକ୍ଷା କରିଛନ୍ତି । କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଥିବା ସମ୍ମିଳନୀ କକ୍ଷରେ ମୟୁରଭଞ୍ଜ ଜିଲ୍ଲାପାଳ ଓ କୃଷି ଉପନିର୍ଦେଶକଙ୍କ ସହ ଆଲୋଚନା କରିଛନ୍ତି ଅରୁଣ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ଜିଲ୍ଲାରେ ଧାନଚାଷ ସହ ମାଛ ଚାଷ ଓ ଛେଳି ଚାଷ ପ୍ରତି ଲୋକେ ଆଗକୁ କିପରି ଆଗ୍ରହ ପ୍ରକାଶ କରିବେ ସେଥିପାଇଁ ଲୋକଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ଓ କୃଷି ଅଧିକାରୀଙ୍କୁ ଅରୁଣ କହିଛନ୍ତି । ଅନ୍ୟପକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ 5 Tକୁ କିପରି ଅକ୍ଷରେ ଅକ୍ଷରେ ପାଳନ କରାଯିବ ତା ପାଇଁ ଟାର୍ଗେଟ ଦେଇଛନ୍ତି ମନ୍ତ୍ରୀ ।

ଜିଲ୍ଲାରେ ଧାନ ଚାଷକୁ ଛାଡି ଅନ୍ୟାନ୍ୟ ଚାଷ ଉପରେ ଲୋକେ କିପରି ଆଗ୍ରହ ପ୍ରକାଶ କରିବେ ସେଥିପାଇଁ ଆଗକୁ ଲୋକଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ଆଜି ମୟୁରଭଞ୍ଜ ଜିଲ୍ଲା ଦିନିକିଆ ଗସ୍ତରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ - କୃଷି ମନ୍ତ୍ରୀ ଅରୁଣ ସାହୁ ବାରିପଦା ସ୍ଥିତ କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପହଞ୍ଚି ସମୀକ୍ଷା କରିଛନ୍ତି- କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଥିବା ସମ୍ମିଳନୀ କକ୍ଷରେ ମୟୁରଭଞ୍ଜ ଜିଲ୍ଲାପାଳ ଓ କୃଷି ଉପନିର୍ଦେଶକଙ୍କ ସହ ଆଲୋଚନା କରିଛନ୍ତି - ଜିଲ୍ଲାରେ ଧାନଚାଷ ସହ ମାଛ ଚାଷ , ଛେଳି ଚାଷ ପ୍ରତି ଲୋକେ ଆଗକୁ କିପରି ଆଗ୍ରହ ପ୍ରକାଶ କରିବେ ସେଥିପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ଜିଲ୍ଲାପାଳ ଓ କୃଷି ଅଧିକାରୀଙ୍କୁ କହିଥିଲେ -ଅନ୍ୟପକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଫାଇଭଟି କୁ କିପରି ଅକ୍ଷର ଅକ୍ଷରେ ପାଳନ କରାଯିବ ତା ପାଇଁ ଟାର୍ଗେଟ ଦେଇଛନ୍ତି ମନ୍ତ୍ରୀ - ଜିଲ୍ଲାରେ ଧାନ ଚାଷ କୁ ଛାଡି ଅନ୍ୟାନ୍ୟ ଚାଷ ଉପରେ ଲୋକେ କିପରି ଆଗ୍ରହ ପ୍ରକାଶ କରିବେ ସେଥିପାଇଁ ଆଗକୁ ଲୋକଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.