ETV Bharat / state

ଝିଅ ବାହାଘର ଦେଖିବା ପୂର୍ବରୁ କାନ୍ଥ ପଡି ଚାଲିଗଲା ମା’ର ଜୀବନ

author img

By

Published : Oct 25, 2019, 5:53 PM IST

ମୟୂରଭଞ୍ଜରେ ଲଗାଣ ବର୍ଷାର ପ୍ରଭାବ, କାନ୍ଥ ପଡି ଜଣଙ୍କର ମୃତ୍ୟୁ

ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକର ଖୁଣ୍ଟାପାଳ ଗ୍ରାମର ଶମ୍ଭୁନାଥ ପଲେଇଙ୍କ ସ୍ତ୍ରୀ ଦମୟନ୍ତୀ ପଲେଇଙ୍କର ମୃତ୍ୟୁ ଘଟିଛି । ଦମୟନ୍ତୀ ରୋଷେଇ କରୁଥିବା ସମୟରେ ମାଟି କାନ୍ଥ ପଡିଯାଇଥିଲା । ଏସମ୍ପର୍କରେ ଅଧିକ ପଢନ୍ତୁ...

ବାରିପଦା: ତୁହାକୁ ତୁହା ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି । ମୟୂରଭଞ୍ଜରେ ଲଘୁଚାପ ବର୍ଷାର ପ୍ରଭାବରେ ଜଣଙ୍କର ମୃତ୍ୟୁ ଘଟିଛି ।

ମୟୂରଭଞ୍ଜରେ ଲଗାଣ ବର୍ଷାର ପ୍ରଭାବ, କାନ୍ଥ ପଡି ଜଣଙ୍କର ମୃତ୍ୟୁ


ସୂଚନା ଅନୁସାରେ ଶୁକ୍ରବାର ଲଗାଣ ବର୍ଷାରେ ରାସଗୋବିନ୍ଦପୁର ବ୍ଲକର ଖୁଣ୍ଟାପାଳ ଗ୍ରାମର ଶମ୍ଭୁନାଥ ପଲେଇଙ୍କ ସ୍ତ୍ରୀ ଦମୟନ୍ତୀ ପଲେଇଙ୍କର ମୃତ୍ୟୁ ଘଟିଛି । ଦମୟନ୍ତୀ ରୋଷେଇ କରୁଥିବା ସମୟରେ ମାଟି କାନ୍ଥ ପଡିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ସବୁଠାରୁ ଦୁଃଖର ବିଷୟ ଦମୟନ୍ତୀଙ୍କ ଝିଅର ବିବାହ ଆସନ୍ତା ୫ ତାରିଖରେ ହେବା ପାଇଁ ସ୍ଥିର ହୋଇଛି । କିନ୍ତୁ ଝିଅର ବିବାହ ଦେଖିବା ପୂର୍ବରୁ ଆଖି ବୁଜିଲେ ମା’ ।


ଦମୟନ୍ତୀଙ୍କୁ ଉଦ୍ଧାର କରି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ରାସଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହି ଘଟଣାରେ ହରିଶ୍ଚନ୍ଦ୍ର ଯୋଜନାରେ ପଞ୍ଚାୟତରୁ ଦୁଇ ହଜାର ଟଙ୍କା ମିଳିଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ତୁହାକୁ ତୁହା ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି । ଚାରି ପଟେ ପାଣି ଆଉ ପାଣି । ତେବେ ଆଜି ଲଗାଣ ବର୍ଷା ପରେ ମାଟି କାନ୍ଥ ପଡି ଜଣଙ୍କ ମୃତ୍ୟୁ ହୋଇଛି । ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ର ଖୁଣ୍ଟାପାଳ ଗ୍ରାମର ଶମ୍ଭୁନାଥ ପଲେଇ ଙ୍କ ସ୍ତ୍ରୀ ଦମୟନ୍ତି ପଲେଇ ରୋଷେଇ କରୁଥିବା ସମୟରେ ମାଟି କାନ୍ଥ ପଡିଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ତେବେ ସବୁଠାରୁ ଦୁଃଖ ର ବିଷୟ ଝିଅ ର ବାହାଘର ଠିକ ହୋଇଥିଲା ଏବଂ ଆସନ୍ତା ୫ ତାରିଖରେ ତାଙ୍କ ଝିଅ ବାହାଘର ଥିଲା । ତେବେ ସେ ଆଜି ସକାଳୁ ଘରୁ ବାହାରି ଥିଲେ ସଂପର୍କୟ ଙ୍କୁ ବାହାଘର ଖବର ଦେବାପାଇଁ କିନ୍ତୁ ଲଗାଣ ବର୍ଷା ଯୋଗୁଁ ବସ ଆସିନଥିଲା ଫଳରେ ସେ ଘର କୁ ଫେରିଯାଇଥିଲେ । ଘରେ ସମସ୍ତଙ୍କ ପାଇଁ ତାଙ୍କ ମାଟି ଘରେ ବସି ରୋଷେଇ କରୁଥିଲେ । ହଠାତ ବର୍ଷା ରେ ଭିଜି ରହିଥିବା ମାଟି କାନ୍ଥ ତାଙ୍କ ଉପରେ ପଡିଯାଇଥିଲା । ସଙ୍ଗେ ସଙ୍ଗେ ପୋଡଶୀ ମାନେ ଆସି ଉଦ୍ଧାର କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ରାସଗୋବିନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ହରିଶ୍ଚନ୍ଦ୍ର ଯୋଜନା ରେ ପଞ୍ଚାୟତ ରୁ ଦୁଇ ହଜାର ଟଙ୍କା ମିଳିଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.