ETV Bharat / state

ଶହୀଦ ପରିବାରଙ୍କୁ 25 ଲକ୍ଷ ଟଙ୍କାର ଚେକ ପ୍ରଦାନ

author img

By

Published : Jun 19, 2020, 10:47 PM IST

a-check-for-rs-25-lakh-was-given-to-the-families-of-the-martyrs
ଶହୀଦ ପରିବାରଙ୍କୁ 25 ଲକ୍ଷ ଟଙ୍କାର ଚେକ ପ୍ରଦାନ

ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ ପରେ ଅପରାହ୍ନ ସମୟରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୨୫ ଲକ୍ଷ ଟଙ୍କାର ଚେକ୍ ଶହୀଦ ନନ୍ଦୁରାମ ସୋରେନଙ୍କ ସ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।

ରାଇରଙ୍ଗପୁର: ଭାରତ-ଚୀନ ଗଲୱାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ଘଟି ଓଡିଶାର ଦୁଇ ଜଣ ଯବାନ ବୀର ଗତି ପ୍ରାପ୍ତ ହେବା ପରେ ଦୁଇ ଶହୀଦଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 25 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ।

ଶହୀଦ ପରିବାରଙ୍କୁ 25 ଲକ୍ଷ ଟଙ୍କାର ଚେକ ପ୍ରଦାନ

ଆଜି ଶହୀଦ ନନ୍ଦୁରାମ ସୋରେନଙ୍କ ମର ଶରୀର ରାଇରଙ୍ଗପୁର ସହର ପହଞ୍ଚିବା ପରେ ତାଙ୍କ ପୈତୃକ ଗ୍ରାମ ବଡଚମ୍ପାଉଦା ଗ୍ରାମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିର୍ଦ୍ଦେଶ ପାଇବା ପରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ ପରେ ଅପରାହ୍ନ ସମୟରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୨୫ ଲକ୍ଷ ଟଙ୍କାର ଚେକ୍ ଶହୀଦ ନନ୍ଦୁରାମ ସୋରେନଙ୍କ ସ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।

ଉକ୍ତ ଚେକ୍ ପ୍ରଦାନ କଲାବେଳେ ତାଙ୍କ ସହିତ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡା ବିଧାୟକ ରାଜ କିଶୋର ଦାସ, ରାଇରଙ୍ଗପୁର ପୂର୍ବତନ ବିଧାୟକ ସାଇବା ସୁଶିଲ ହାଁସଦା, ପୂର୍ବତନ ଏସଡିସି ଚେୟାରମ୍ୟାନ ଦେବାଶିଷ ମାରାଣ୍ଡି, ବିଜେଡ଼ି ସଦର ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.