ETV Bharat / state

ବିଷାକ୍ତ ଛତୁ ଖାଇ ୭ ଅସୁସ୍ଥ

author img

By

Published : May 6, 2020, 3:30 PM IST

ବିଷାକ୍ତ ଜଙ୍ଗଲୀ ଛତୁ ଖାଇ ୭ ଅସୁସ୍ଥ
ବିଷାକ୍ତ ଜଙ୍ଗଲୀ ଛତୁ ଖାଇ ୭ ଅସୁସ୍ଥ

ବିଷାକ୍ତ ଛତୁ ଖାଇ ୭ ଜଣ ଅସୁସ୍ଥ । ମୟୂରଭଞ୍ଜ ମହୁଲଡିହା ଅଞ୍ଚଳର ଘଟଣା । ଅଧିକ ପଢନ୍ତୁ...

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ବିଷାକ୍ତ ଜଙ୍ଗଲୀ ଛତୁ ଖାଇ 7 ଅସୁସ୍ଥ । ଏମାନଙ୍କ ମଧ୍ୟରୁ 6 ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ବିଷାକ୍ତ ଜଙ୍ଗଲୀ ଛତୁ ଖାଇ ୭ ଅସୁସ୍ଥ

ସୂଚନା ଅନୁଯାୟୀ ମହୁଲଡିହା ଗ୍ରାମର ଘୋଷା ନାଏକଙ୍କ ପରିବାରର ୬ ଜଣ ଓ ଅନ୍ୟ ଏକ ପରିବାରର ଜଣେ ବିଷାକ୍ତ ଜଙ୍ଗଲୀ ଛତୁ ଖାଇ ଅସୁସ୍ଥ ହୋଇପଡିଛନ୍ତି । ପାଖ ଜଙ୍ଗଲରେ ଫୁଟିଥିବା ଛତୁକୁ ରୋଷେଇ କରି ଖାଇବା ପରେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡାବରେ ଲାଗିଥିଲା । ଜଣଙ୍କ ଜଣେ ବାନ୍ଦି କରିବା ସହ ମୁଣ୍ଡ ମୁଣ୍ଡ ବୁଲାଇବା ପରେ ଚେତାଶୂନ୍ୟ ହୋଇ ପଡିଥିଲେ।

ଏହାପରେ ସ୍ଥାନୀୟ ବାସିନ୍ଦା ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେଠାରେ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କରଞ୍ଜିଆ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.