ETV Bharat / state

ଲକଡାଉନରେ ସକ୍ରିୟ ଚୋରା ମଦ ବେପାରୀ; ବିପୁଳ ପରିମାଣର ବିଦେଶୀ ମଦ ଜବତ, 3 ଗିରଫ

author img

By

Published : May 6, 2021, 4:35 PM IST

ଲକଡାଉନରେ ସକ୍ରିୟ ଚୋରା ମଦ ବେପାରୀ, ବିପୁଳ ପରିମାଣର ବିଦେଶୀ ମଦ ସହ 3 ଗିରଫ
ଲକଡାଉନରେ ସକ୍ରିୟ ଚୋରା ମଦ ବେପାରୀ, ବିପୁଳ ପରିମାଣର ବିଦେଶୀ ମଦ ସହ 3 ଗିରଫଲକଡାଉନରେ ସକ୍ରିୟ ଚୋରା ମଦ ବେପାରୀ, ବିପୁଳ ପରିମାଣର ବିଦେଶୀ ମଦ ସହ 3 ଗିରଫଲକଡାଉନରେ ସକ୍ରିୟ ଚୋରା ମଦ ବେପାରୀ, ବିପୁଳ ପରିମାଣର ବିଦେଶୀ ମଦ ସହ 3 ଗିରଫ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଲକଡାଉନ ସମୟରେ ଚାଲିଛି ବେଆଇନ ଭାବେ ବିଦେଶୀ ମଦ ବିକ୍ରି । ଗିରଫ ହେଲେ 3 ଅଭିଯୁକ୍ତ । ଅଧିକ ପଢନ୍ତୁ....

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଲକଡାଉନ ସମୟରେ ଚାଲିଛି ବେଆଇନ ଭାବେ ବିଦେଶୀ ମଦ ବିକ୍ରି । ତେବେ କୌଣସି ସୁତ୍ରରୁ ଖବର ପାଇ ରାଇରଙ୍ଗପୁର ଅବକାରୀ ବିଭାଗ ଆଜି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଲକଡାଉନରେ ସକ୍ରିୟ ଚୋରା ମଦ ବେପାରୀ, ବିପୁଳ ପରିମାଣର ବିଦେଶୀ ମଦ ସହ 3 ଗିରଫ

ଗୋଟିଏ ପଟେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାରା ରାଜ୍ୟରେ ଲକଡାଉନ୍ ଘୋଷଣା କରିଛନ୍ତି । ଅନ୍ୟପଟେ ଏହାର ସୁଯୋଗ ନେଇ ଖୁଲମଖୁଲ୍ଲା ବିଦେଶୀ ମଦ ବିକ୍ରି କରୁଛନ୍ତି କିଛି ଅସାଧୁ ବ୍ୟକ୍ତି । କୌଣସି ସୁତ୍ରରୁ ଖବର ମିଳିବା ପରେ ଆଜି ରାଇରଙ୍ଗପୁର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ହରିହର ସିଂ ଟିମସହ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ତେବେ କଣ୍ଟାବଣି, ବାଇଦାପୋଷି ଓ ରାଇରଙ୍ଗପୁର କଲେଜ ଛକରେ ଚଢ଼ାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଇରଙ୍ଗପୁରରୁ ସଂଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.