ETV Bharat / state

2 ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ ପରେ କୋର୍ଟଚାଲାଣ

author img

By

Published : Feb 10, 2021, 7:54 AM IST

ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଗିରଫ। ଗିରଫ 2 ଲୁଟେରାଙ୍କ ନିକଟରୁ ବିପୁଳ ପରିମାଣର ଚୋରୀ ସାମଗ୍ରୀ ଜବତ। ଅଧିକ ପଢନ୍ତୁ...

2 ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ ପରେ କୋର୍ଟଚାଲାଣ
2 ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ ପରେ କୋର୍ଟଚାଲାଣ

ବାରିପଦା: ଜିଲ୍ଲା ପୋଲିସକୁ ସଫଳତା। ଦୁଇ ଆନ୍ତଃରାଜ୍ୟ ଲୁଟେରାକୁ ଗିରଫ କରିଛି ପୋଲିସ। ଟାଟା, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ମୟୂରଭଞ୍ଜ ଭଳି ବିଭିନ୍ନ ସ୍ଥାନରୁ ଲୁଟ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗିରଫ ଦୁଇ ଜଣ ହେଲେ ଗଞ୍ଜାମ କୋଦଳା ଥାନାର ବାଳ କ୍ରୀଷ୍ଣ ପ୍ରଧାନ ଓ ଆସ୍କା ଥାନାର ଗନ୍ତା ଶ୍ରୀହରି।

ସୂଚନା ଅନୁସାରେ ଗତ 3 ତାରିଖରେ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଜୈନିକ ଲୋକଙ୍କ ଠାରୁ ଉଭୟ ଲୁଟେରା ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ବାରିପଦା ଟାଉନ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରିରଖିବା ସହ ବିଭିନ୍ନ ବ୍ୟାଙ୍କରେ ସାଦା ପୋଷାକରେ ସ୍କ୍ୱାର୍ଡ ମୁତୟନ କରିଥିଲା। ଯାହାଫଳରେ ପୁଣି ବ୍ୟାଙ୍କ ସମ୍ମୁଖରୁ ଲୁଟ କରିବା ବେଳେ ଲୁଟେରାଙ୍କୁ କବଜାକୁ ଆଣିବାରେ ସଫଳ ହୋଇଛି ପୋଲିସ।

2 ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ ପରେ କୋର୍ଟଚାଲାଣ

ଏହି ଲୁଟେରାଙ୍କ ଅନ୍ୟ ସାଥିଙ୍କୁ ଧରିବା ପାଇଁ ଚେଷ୍ଟା ଜାରିରଖିଛି ପୋଲିସ। ଅନ୍ୟପଟେ ମଙ୍ଗଳବାର ଗିରଫ ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବାରିପଦା ଥାନା ଅଧିକାରୀ। ଉଭୟଙ୍କ ନିକଟରୁ ୪୦ ହଜାର ୫ଶହ ଟଙ୍କା ସହ ଗୋଟିଏ ହୋଣ୍ଡା ସାଇନ ମୋଟର ଗାଡି, ୫ଟି ମୋବାଇଲ ଫୋନ, ଗୋଟିଏ ମାଷ୍ଟର ଚାବି ଜବତ ହୋଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.